ଛୋଟ ହେଲେ ବି କାମ ବଡ, ଆଖିରେ ପଟି ବାନ୍ଧି ୧୬ କି.ମି ସ୍କେଟିଂ କଲେ ୬ ବର୍ଷର ବାଳକ

ଲୁଧିଆନା ଜିଲ୍ଲାରେ ଏକ ୬ ବର୍ଷର ବାଳକ ପ୍ରଣବ ଏମିତି କିଛି କାମ କରି ଦେଖାଇଛନ୍ତି, ଯାହାକୁ ଦେଖି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ପ୍ରଣବ ଆଖିରେ ପଟି ବାନ୍ଧି ୧ ଘଣ୍ଟା ୧୬ ମିନିଟ୍‌ ରେ ୧୬ କି.ମି  ସ୍କେଟିଂ କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକଡରେ ନାଁ ହାସଲ କରିବା ପାଇଁ ପ୍ରୟାସ କରିଛନ୍ତି। ଏନେଇ ତାଙ୍କ ପିତା କହିଛନ୍ତି, ବର୍ତ୍ତମାନ ପ୍ରଣବଙ୍କର ଏହି ବିଭାଗରେ ୧୪ କି.ମି ସ୍କେଟିଂ କରିବାର ରେକର୍ଡ ହୋଇଛି।