Below header

ମାଗଣାରେ wi-fi router ଏବଂ କନେକ୍ସନ ଦେଉଛି ଏହି କମ୍ପାନୀ, ଜଲଦି ଉଠାନ୍ତୁ ଅଫରର ଫାଇଦା

ଭାରତରେ ଏବେ ଇଣ୍ଟରନେଟର ବ୍ଯବହାର ଖୁବ ବଢିଯାଇଛି। ଖାସ୍ କରି ୱାର୍କ ଫ୍ରମ ହୋମ ଯୋଗୁଁ ଲୋକେ ବ୍ରଡବ୍ଯାଣ୍ଡ କନେକନ୍ସ ଚାହିଦା ମଧ୍ୟ ବଢିଯାଇଛି। ଏମିତି ଡିମାଣ୍ଡ ଦେଖି Tata Sky Broadband ରେ ଦମଦାର ସ୍କିମ ନେଇ ଆସିଛି। ଏବେ କମ୍ପାନୀ ଗ୍ରାହକଙ୍କୁ ମାଗଣାରେ wi-fi router ଦେଉଛି।

ଟେକ୍ ସାଇଟ୍ telecomtalk ଅନୁସାରେ, ଟାଟା ସ୍କାଏ ବ୍ରଡବ୍ଯାଣ୍ଡ ନୂଆ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ପ୍ଲାନ ଆଣିଛି। ଟାଟା ସ୍କାଏ ମାଗଣାରେ wi-fi router ଦେଉଛି। ଏହି ସ୍କିମ ସବୁ ପ୍ଲାନ ପାଇଁ ରହିଛି। ଏହା ବିଷୟରେ କମ୍ପାନୀ ଅଫିସିଆଲ ୱେବସାଇଟ ଜରିଆରେ ଜଣାଇଛି। ଏଥିରେ କମ୍ପାନୀ ଗ୍ରାହକଙ୍କୁ ୩୦୦ ଏମବିପିଏସର ସ୍ପିଡ ଦେଉଛି।

କମ୍ପାନୀ ସମସ୍ତ ନୂଆ ବ୍ରଡବ୍ଯାଣ୍ଡ କନେକ୍ସନ ପାଇଁ ମାଗଣା ଏକ୍ସପର୍ଟ ଇଣ୍ଟଲେସନର ଅଫର ମଧ୍ୟ ଦେଉଛି। କରୋନା ଯୋଗୁଁ ଅଧିକାଂଶ କର୍ମଚାରୀ ୱାର୍କ ଫ୍ରମ ହୋମ କରୁଥିବାରୁ ଏହି ସ୍କିମ ଅଫର କରିଛି କମ୍ପାନୀ। ଏହା ପୂର୍ବରୁ ଜିଓ, ବିଏସଏନଏଲ, ଏୟାରଟେଲ ଭଳି ବ୍ରଡବ୍ଯାଣ୍ଡ ପ୍ଲାନ୍ ଅନେକ ଅଫର ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.