ସବୁଠାରୁ ପତଳା ଲାପଟପ୍‌ ଲଞ୍ଚ କଲା Tecno, ଷ୍ଟାଇଲିସ୍‌ ଡିଜାଇନ୍‌ ସହ ରହିଛି ଦମଦାର ବ୍ୟାଟେରୀ

Tecno Megabook T1 ନାମକ ଏହି ଲାପଟପ୍ ଇଣ୍ଟେଲର ୧୧ତମ ଜେନେରେସନର ପ୍ରୋସେସର ଦ୍ୱାରା ଚାଲିଥାଏ । ଏଥିରେ 15.6 – ଇଞ୍ଚର ଡିସପ୍ଲେ ଏବଂ ଦମଦାର ବ୍ୟାଟେରୀ ମିଳୁୁଛି । ଏହା ବ୍ୟତୀତ ଲାପଟପ୍‌ର ଡିଜାଇନ ମଧ୍ୟ ବହୁତ ଷ୍ଟାଇଲିସ୍‌ ରହିଛି ।

ଟେକ୍ନୋ ଭାରତରେ ସବୁଠାରୁ ପତଳା ଏବଂ ହାଲୁକା ଲାପଟପ୍‌ ଲଞ୍ଚ କରିଛି । Tecno Megabook T1 ନାମକ ଏହି ଲାପଟପ୍ ଇଣ୍ଟେଲର ୧୧ତମ ଜେନେରେସନର ପ୍ରୋସେସର ଦ୍ୱାରା ଚାଲିଥାଏ । ଏଥିରେ 15.6 – ଇଞ୍ଚର ଡିସପ୍ଲେ ଏବଂ ଦମଦାର ବ୍ୟାଟେରୀ ମିଳୁୁଛି । ଏହା ବ୍ୟତୀତ ଲାପଟପ୍‌ର ଡିଜାଇନ ମଧ୍ୟ ବହୁତ ଷ୍ଟାଇଲିସ୍‌ ରହିଛି । ତେବେ ଆସନ୍ତୁ ଜାଣିବା ଏହି Tecno Megabook T1 Laptopର ମୂଲ୍ୟ ଏବଂ ଫିଚର୍ସ କଣ ରହିଛି ।

Tecno Megabook T1 Laptopର କୋର i3 ଭାରିଆଣ୍ଟର ମୂଲ୍ୟ ୩୭,୯୯୯ ଟଙ୍କା ଏବଂ କୋର i7 ଭାରିଆଣ୍ଟର ମୂଲ୍ୟ ୫୭,୯୯୯ ଟଙ୍କା । Tecno Megabook T1 Laptop ଡେନିମ୍‌ ବ୍ଲୁ, ସ୍ପେସ୍‌ ଗ୍ରେ ଏବଂ ମୁନସାଇନ ସିଲଭର୍‌ କଲର ଅପ୍ସନ ସହିତ ଆସୁଛି ଏବଂ ଆପଣ ଏହାକୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ କିଣିପାରିବେ ।

ଲାପଟପ୍‌ ର ଡିଜାଇନ ବହୁତ ହାଲୁକା ଏବଂ ଅଲ୍ଟ୍ରା-ସ୍ଲିମ୍ ରହିଛି । ଯାହାର ମୋଟେଇ ମାତ୍ର ୧୪.୮ ମିମି ଏବଂ ଏହାର ଓଜନ ୧.୫୬ କେଜି ରହିଛି । ଏହି ଡିଭାଇସ୍‌ରେ ପ୍ରିମିୟମ ନାନୋ- ଆଲୁମିନିୟମ କମ୍ପୋଜିଟ ଧାତୁ ବ୍ୟବହାର କରାଯାଇଛି । ନୂଆ ଲାପଟପ୍‌ 15.6-ଇଞ୍ଚ ଫୁଲ୍ HD + ଡିସପ୍ଲେ ସହିତ 350 ନିଟର ପିକ୍‌ ବ୍ରାଇଟନେସ୍‌ ସହିତ ଆସିଥାଏ ଏବଂ ଏହା ୧୧ତମ ଜେନେରେସନର ଇଣ୍ଟେଲ କୋର i3, କୋର i5, ଏବଂ କୋର i7 ପ୍ରୋସେସର ଦ୍ୱାରା ଚାଲିଥାଏ ।

ଫିଚର:
Tecno Megabook T1 Laptop ଉନ୍ନତ ସୁରକ୍ଷା ଦେବା ପାଇଁ ଏଥିରେ ଏକ ଫିଙ୍ଗର ପ୍ରିଣ୍ଟ ସେନ୍ସର ସହିତ ଏକ ଇଣ୍ଟିଗ୍ରେଟେଡ୍ 2-ଇନ୍ -1 ପାୱାର୍ Key ଏବଂ 2MP FHD କ୍ୟାମେରା ସାମିଲ କରାଯାଇଛି । କନେକ୍ଟିଭିଟି ପାଇଁ ଏଥିରେ ୯ ଟି ପୋର୍ଟ ଅଛି, ଯେଉଁଥିରେ USB 3.1 ଟାଇପ୍‌ C, HDMI 1.4 ଏବଂ ଅନ୍ୟ କିଛି ଅପ୍ସନ ରହିଛି ।

ବ୍ୟାଟେରୀ :
Tecno Megabook T1 Laptop 70Wh ବ୍ୟାଟେରୀ ସହିତ ଆସିଥାଏ ଏବଂ USB Type-C ପୋର୍ଟ ମାଧ୍ୟମରେ 65W ରେ ଅଲ୍ଟ୍ରା-ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହାର ବ୍ୟାଟେରୀ ଲାଇଫ ୧୭.୫ ଘଣ୍ଟା ପର୍ଯ୍ୟନ୍ତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.