Below header

ମାର୍କେଟକୁ ଆସିଲା ଟେକ୍ନୋର ନୂଆ ସ୍ମାର୍ଟ ଫୋନ୍, ଦମ୍‌ଦାର ଫିଚର୍‌ସ ସହିତ ଦାମ୍ ଖୁବ୍ କମ୍‌

କେନ୍ୟୁଜ (ବ୍ୟୁରୋ): ଟେକ୍ନୋ ତାର ନୂଆ ଫୋନ ଲଞ୍ଚ୍‌ କରିଛି । ୭୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ, ଜବରଦସ୍ତ ଫିଚର୍‌ସ ସହିତ କମ୍‌ ମୂଲ୍ୟରେ ମିଳିବ ଏହି ସ୍ମାର୍ଟ ଫୋନ୍। ଯାହା ଦୁଇ ଫୁଲ ଚାର୍ଜ ହେଲେ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

ସୂଚନା ଥାଉକି, ପୂର୍ବ ସପ୍ତାହରେ ଟେକ୍ନୋ ତାର Tecno Pova Neo 5G କୁ ଖୁବ୍ କମ୍‌ ଖର୍ଚ୍ଚରେ ସାରା ଦେଶରେ ଲଞ୍ଚ୍‌ କରିଥିଲା । କମ୍ପାନୀ ଏବେ ପୋଭା ସିରିଜ ସହିତ ପୁଣି ବଜାରକୁ ଫେରୁଛି। ଯାହାକୁ ଋଷରେ Tecno POVA 2 କୁହାଯାଉଛି।

ଆସନ୍ତୁ ଜାଣିବା Tecno POVA 2 ର ଫିଚର୍‌ସ:

ଋଷିଆରେ ଏହାର ମୂଲ୍ୟ ୧୧,୦୦୦ ରୁବେଲ ଭାରତୀୟ ଟଙ୍କାରେ ପାଖା ପାଖି ୧୭,୦୦୦ ହଜାର ଟଙ୍କାରେ ଲଞ୍ଚ ହେଇଛି। ଏହା ୩ଟି କଲର୍‌ରେ ଆସିଛି । ୟୁରେନୋଲାଇଟ୍‌ ଗ୍ରେ,ଭର୍ଚୁଆଲ ବ୍ଲ୍ୟୁ ଏବଂ ଅରେଞ୍ଜ ମାଗ୍‌ମା।
ଟେକ୍ନୋ ପୋଭା ୨ରେ ୬.୮୨ ଇଞ୍ଚ୍‌ର ଆଇପିଏସ୍‌ ଏଲ୍‌ସିଡି ଡିସ୍ପେ ସହିତ ୭୨୦୧୬୪୦ଫିସ୍‌କଲ୍‌ର ଏଚ୍‌ଡି ରିଜଲ୍ୟୁସନ୍‌ ୨୦.୫:୯ ଅନୁପାତରେ୯୦ ଏଚ୍‌ ଜେଡ୍‌ ରିଫ୍ରେଶ୍‌ କରିଥାଏ।

ଏହି ଡିଭାଇସ୍‌ HiOS ର Android 12 OS ରେ ଚାଲୁଛି। ଏହି ଡିଭାଇସ୪ଜିବି/୬ଜିବି ରାମ୍‌ ଏବଂ ୬୪ଜିବି/୧୨୮ଜିବି ସହିତ ଆସୁଛି। ଟେକ୍ନୋ ପୋଭା-୨ ରେ ୧୮ ଓ୍ଵାଟ୍‌ ଚାର୍ଜିଂ ସପୋର୍ଟ ସହିତ ୭,୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ମଧ୍ୟ ରହିଛି। ପୋଭା-୨ରେ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ସହିତ ରିୟର ସେଲ୍‌ ଷ୍ଟାଣ୍ଡରେ ୧୬ ମେଗାପିକ୍ସେଲ୍‌ କ୍ୟାମେରା ଏବଂ ୨ ଏମ୍‌ପିର ଡେପ୍‌ଥ ସେନ୍‌ସର କ୍ୟାମେରା ରହିଛି। ଏହା ବ୍ୟତୀତ ଡୁଆଲ ସିମ୍‌ ସପୋର୍ଟ,ବ୍ୟୁ-ଟୁଥ୍‌, ଓ୍ଵାଇ-ଫାଇ, ୟୁଏସ୍‌ବି-ସି ଏବଂ ୩.୫ ଏମ୍‌ଏମର୍‌ ଅଡିଓ ଜୋକ୍‌ ସହିତ ଅନ୍ୟ ସୁବିଧା ବି ଅଛି। ଡିଭାଇସ୍‌ର ମାପ ହେଉଛି ୧୭୦.୮୬୭୭.୭୯*୯.୬୩ ଏମ୍‌ଏମ୍‌ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.