WhatsAppକୁ ପଛରେ ପକାଇଲା ଟେଲିଗ୍ରାମ: ଆଣିଲା ନୂଆ ଅପଡେଟ, ଜାଣନ୍ତୁ କଣ ରହିଛି ଏଥିରେ ଖାସ୍

ଇନଷ୍ଟାଣ୍ଡ ମେସେଜିଂ ଆପ୍ ଟେଲିଗ୍ରାମ ଏକ ନୂଆ ଅପଡେଟ ପ୍ରକାଶ କରିଛି। ଏଥିରେ ଅନେକ ନୂଆ ଫିଚର୍ସ ଯୋଡା ଯାଇଛି; ଟେଲିଗ୍ରାମରେ କଷ୍ଟମ୍ ନୋଟିଫିକେସନ୍ ଟୋନ୍ ସେଟ୍ କରିବା ବ୍ୟତୀତ ୟୁଜର୍ସ ମାନେ conversation କୁ ମ୍ୟୁଟ୍ କରିବା ପାଇଁ କଷ୍ଟମ୍ ଟାଇମିଙ୍ଗ ସେଟ୍ କରିପାରିବେ। ଏଥିରେ ଅଟୋ ଡିଲିଟ୍ ମେସେଜ୍ ପାଇଁ କଷ୍ଟମ୍ ଟାଇମିଙ୍ଗର ଅପସନ ମଧ୍ୟ ଦିଆଯାଇଛି।

କଷ୍ଟମ୍ ନୋଟିଫିକେସନ୍ ସାଉଣ୍ଡ ।

ବର୍ତ୍ତମାନ ଆପଣ କଷ୍ଟମ୍ ନୋଟିଫିକେସନ୍ ଆପଣଙ୍କ ମ୍ୟୁଜିକ କଲେକ୍ସନରୁ କରିପାରିବେ। ଏଥିପାଇଁ ଆପଣଙ୍କୁ ସେଟିଂକୁ ଯାଇ Notifications and Sounds ଯିବାକୁ ପଡିବ । ଆପଣାଙ୍କୁ କୌଣସି ଗ୍ରୁପ ବା ବ୍ୟକ୍ତିଗତ ଚାଟ୍ ପାଇଁ ନୂଆ ଟୋନ ସେଟ କରି ସେଥିରେ Personalize କରିପାରିବେ ।

Custom Mute Durations

ବର୍ତ୍ତମାନ ଆପଣ ଏକ ନୋଟିଫିକେସନ୍ କୁ କିଛି ସମୟ ପାଇଁ ପଜ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ conversation ଯାଇ Disable Sound ଉପରେ କ୍ଲିକ୍ କରିବାକୁ ପଡିବ। ଏହି ନୋଟିଫିକେସନ୍ sailent ମିଳିବ। ସେଗୁଡ଼ିକୁ ସଂପୂର୍ଣ୍ଣ ମ୍ୟୁଟ୍ କରି ନୋଟିଫିକେସନ୍କୁ disable କରିପାରିବେ।

ପ୍ରୋଫାଇଲ୍ ପାଇଁ ନୂଆ ଅଟୋ ଡିଲିଟ୍ ମେନୁ।

ଯେକୌଣସି ଯୋଗାଯୋଗ ପାଇଁ ଅଟୋ-ଡିଲିଟ୍ ଟର୍ନ୍ ଅନ୍ ହୋଇପାରିବ। ଏହା ୨ ଦିନ, ୩ ସପ୍ତାହ, ୪ ମାସ କିମ୍ବା ଅଧିକ ସମୟ ପାଇଁ ଧାର୍ଯ୍ୟ କରାଯାଇପାରିବ। ଏଥିପାଇଁ ୟୁଜର୍ସ ମାନେ କେବଳ କିଛି ଟ୍ୟାପ୍ କରିବା ଆବଶ୍ୟକ କରନ୍ତି ।

ଫରୱାର୍ଡ ମେସେଜର reply

ନୂଆ ଅପଡ଼େଟ ପରେ, ଯେତେବେଳେ ଆପଣ ଟେକ୍ସଟକୁ ଚାଟ୍କୁ ପଠାନ୍ତି, ସେତେବେଳେ reply preview ମଧ୍ୟ ଦେଖାଯିବ । ଏହା ସହିତ ସମସ୍ତେ ଯେ କୌଣସି ଆଲୋଚନାକୁ ସମ୍ପୂର୍ଣ୍ଣ ରୂପେ ଦେଖି ପାରିବେ। ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ସିକ୍ରେଟଲି ଭାବରେ ଏକ ମେସେଜପଠାଇ ପାରିବେ। ଆପଣ ସେଣ୍ଡରଙ୍କ ନାମ ଏବଂ ମିଡିଆ କ୍ୟାପସନ୍ ମଧ୍ୟ ଲୁଚାଇ ପାରିବେ।

ଟେଲିଗ୍ରାମ ମଧ୍ୟ Bot ସମ୍ବନ୍ଧରେ ଏକ ଅପଡ଼େଟ ଜାରି କରିଛି। ଏଥିରେ Bot Revolution ଏବଂ Instantly Configure Bot Admins ସାମିଲ ଅଛି । ଏହା ବ୍ୟତୀତ ଅନେକ ଉନ୍ନତି ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.