Below header

ଆଜି ବୈଶାଖ ମାସର ପ୍ରଥମ ସୋମବାର, ନଦୀରୁ ପାଣି ଆଣି ବାବା ଆଖଣ୍ଡଳମଣୀଙ୍କ ଉପରେ ଜଳଲାଗି କଲେ ଶହ ଶହ ଗୋପାଳ ଭକ୍ତ

ଚାନ୍ଦବାଲି(କେନ୍ୟୁଜ୍): ବୈଶାଖ ମାସର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ। ସକାଳୁ ଶହ ଶହ ଗୋପାଳ ଭକ୍ତ ବାବା ଆଖଣ୍ଡଳମଣୀଙ୍କ ଉପରେ ଜଳଲାଗି କରିଛନ୍ତି। ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ପାଣି ଆଣି ପୀଠକୁ ଆସିଥିଲେ।

ଭକ୍ତମାନେ ନିଜ ନିଜ ମାନସିକ ପୂରଣ କରିବା ସହ ବାବାଙ୍କ ପାଖରେ ଭୋଗ ଲାଗି କରିଥିଲେ। ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲାଯିବା ପରେ ପ୍ରଥମେ ମଙ୍ଗଳ ଆଳତି କରାଯାଇଥିଲା। ପରେ ରୀତିନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା। ମାସ ସାରା ବାବାଙ୍କ ପାଖରେ ଅନୁଷ୍ଠିତ ହେଉଛି ଶୀତଳ ଉପଚାର ନୀତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.