ଦିଲ୍ଲୀରେ ଗଡ଼ିଲାନି ଅଟୋ ଓ ଟ୍ୟାକ୍ସି: ଯାତ୍ରୀ ହନ୍ତସନ୍ତ; ପେଟ୍ରୋଲ, ଡିଜେଲ ଓ ସିଏନଜି ମୂଲ୍ୟ ବୃଦ୍ଧିକୁ ନେଇ ଧର୍ମଘଟ

ନୂଆଦିଲ୍ଲୀ : ବଢୁଥିବା ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ସାଧାରଣରେ ଅସନ୍ତୋଶ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଦିଲ୍ଲୀ ଅଟୋ ରିକ୍ସା ,ଓଲା,ଟ୍ୟାକ୍ସି, ଏବଂ କ୍ୟାବ ଡ୍ରାଇଭରମାନେ ଭଡ଼ା ହାର ବୃଦ୍ଧି ଏବଂ ସିଏନଜି ଦର ହ୍ରାସ ଦାବି କରି ସୋମବାର ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଟ୍ୟାକ୍ସି, ଅଟୋ, ମିନି ବସ୍, ଓଲା ଏବଂ ଉବର ବ୍ୟବହାର କରୁଥିବା ଲୋକଙ୍କୁ ଦିନସାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଅନେକ ସଂଗଠନ କେବଳ ଗୋଟିଏ ଦିନ ଧର୍ମଘଟ କରିବେ ବୋଲି କହୁଥିବା ବେଳେ ସର୍ବୋଦୟ ଡ୍ରାଇଭର ଆସୋସିଏସନର ଡ୍ରାଇଭର କ୍ୟାବ୍ ସଂସ୍ଥା ପାଇଁ ଗାଡ଼ି ଚଳାଉଛନ୍ତି, ସେମାନେ କହିଛନ୍ତି ଯେ ଏହି ଧର୍ମଘଟ ଅନିର୍ଦ୍ଧିଷ୍ଠ କାଳ ଯାଏଁ ଚାଲିବ ।

କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଟ୍ୟାକ୍ସି ଭଡା ବୃଦ୍ଧି ଦାବିରେ ଓଲା ଏବଂ ଉବର କ୍ୟାବ ଡ୍ରାଇଭର ଆସୋସିଏସନ ଆଜି ଠାରୁ ଧର୍ମଘଟ ଘୋଷଣା କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ଅଟୋ ରିକ୍ସା ଆସୋସିଏସନ ମଧ୍ୟ ସିଏନଜି ଉପରେ ସବସିଡି ଦାବି କରିଛି। ସଂଗଠନରେ କୁହାଯାଇଛି ଯେ ଯଦି ସରକାର ସେମାନଙ୍କ ଦାବି ଶୁଣନ୍ତି ନାହିଁ ତେବେ ସେମାନେ ଧର୍ମଘଟରୁ ଓହରିବେ ନାହିଁ ।

ଅଟୋ, ଟ୍ୟାକ୍ସି ଏବଂ କ୍ୟାବ ଡ୍ରାଇଭର ଆସୋସିଏସନ ଆଜି ଠାରୁ ଦିଲ୍ଲୀରେ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ବାସ୍ତବରେ, ଅନେକ ଅଟୋ, କ୍ୟାବ ଡ୍ରାଇଭର ଦାବି କରୁଛନ୍ତି ଯେ କ୍ୟାବ ମୂଲ୍ୟ ବୃଦ୍ଧି କରାଯାଉ ଏବଂ ଇନ୍ଧନ ମୂଲ୍ୟ ହ୍ରାସ କରାଯାଉ । ତେବେ ଦିଲ୍ଲୀ ସରକାର ଦେଇଥିବା ପ୍ରତିଶ୍ରୁତି ସତ୍ତ୍ୱେ ଡ୍ରାଇଭରମାନେ ଧର୍ମଘଟ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାର ଏକ କମିଟି ଗଠନ କରିବାକୁ ଏବଂ ଡ୍ରାଇଭରମାନଙ୍କ ଦାବି ଉପରେ ଆଲୋଚନା କରିବାକୁ କହିଛନ୍ତି। ଦୁଇ ଦିନିଆ ଧର୍ମଘଟରେ ଅଧିକାଂଶ କ୍ୟାବ ଏବଂ ଅଟୋ ଡ୍ରାଇଭର ଅଂଶଗ୍ରହଣ କରିବେ ବୋଲି ଆସୋସିଏସନ ଦାବି କରିଛି।

କେବଳ ଏତିକି ନୁହେଁ ଦିଲ୍ଲୀର ଅଟୋ, ଟ୍ୟାକ୍ସି ଏବଂ ମିନିବସ୍ ଡ୍ରାଇଭର ସମସ୍ତ ସଂଗଠନ ମଧ୍ୟ ଧର୍ମଘଟ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ସର୍ଭୋଦୟ ଡ୍ରାଇଭର ଆସୋସିଏସନର ମୁଖ୍ୟ କମଲଜିତ ଗିଲ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବା ଏବଂ ଭଡା ବୃଦ୍ଧି ଦିଗରେ ସରକାର କୌଣସି କାର୍ଯ୍ୟ କରୁନାହାଁନ୍ତି। ଏଭଳି ପରିସ୍ଥିତିରେ ଆମେ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକିଛୁ।

ସେହିପରି ଦିଲ୍ଲୀ ଅଟୋରିକ୍ସ ସଂଗନର ସାଧାରଣ ସମ୍ପାଦକ ରାଜେନ୍ଦ୍ର ସୋନି କହିଛନ୍ତି ଯେ ସିଏନଜିର ଅହେତୁକ ଦର ବୃଦ୍ଧି ପାଇ ଚାଲିଛି । ଯାହା ଅଟୋ ଏବଂ କ୍ୟାବ୍ ଚାଳକଙ୍କ ପକେଟକୁ ଖାଲି କରି ଦେଉଛି । ଏହା ସହିତ ସେ କହିଛଜନ୍ତି ଯେ ଆମେ ଜାଣିଛୁ କି, ଦିଲ୍ଲୀ ସରିକାର ଏକ କମିଟି ଗଠନ କରି ଆମର ସମସ୍ୟାର ସମାଧାନ ଖୋଜୁଛନ୍ତି, କିନ୍ତୁ ଯାହା ଆମର ସମସ୍ୟା ରହିଛି ତାକୁ ସରକାର ପାସୋରି ଯାଉଛନ୍ତି । ଆମେ ଦାବି କରିଛୁ ଯେ ସରକାର ସିଏନଜି କେଜି ପ୍ରତି ୩୫ ଟଙ୍କା ରିହାତି ପ୍ରଦାନ କରନ୍ତୁ ।

ଏହା ପୁର୍ବରୁ ନିକଟରେ ଶତାଧିକ ଅଟୋ, କ୍ୟାବ୍ ଚାଳକ ଦିଲ୍ଲୀ ସଚିବାଳୟ ଆଗରେ ଧାରଣାରେ ବସିଥିଲେ । ବଢୁଥିବା ସିଏନଜି ଦରରେ ଆମେ ନୀତିଦିନ କ୍ଷତିରେ ଅଟୋ, କ୍ୟାବ୍ ଚଳଅଇ ପାରିବୁ ନାହିଁ ବୋଲି ସେ କହିଛନ୍ତି । ଦୈନିକ ୯୦ ହଜାର ଅଟୋ ଏବଂ ୮୦ ହଜାର ପଞ୍ଜିକୃତ ଟ୍ୟାକ୍ସି ଦିଲ୍ଲୀରେ ଲୋକଙ୍କୁ ସେବା ଯୋଗାଉଛନ୍ତି । ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଷ୍ଟେସନରୁ ସହରର ଆଭ୍ୟନ୍ତରୀଣ ସ୍ଥାନ ପର୍ଯ୍ୟନ୍ତ ଚାଲୁଥିବା ଶେଷ ମାଇଲ ସଂଯୋଗରେ ଅଟୋ ଏବଂ ଟ୍ୟାକ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.