Below header

ଆପଣଙ୍କ ସ୍ମାର୍ଟଫୋନ ପାଇଁ କ୍ଷତିକାରକ ହୋଇଥାଏ ଏହି ସବୁ ଆପ୍ସ, ଜଲଦି କରନ୍ତୁ ଡିଲିଟ୍‌

ଆପଣମାନେ ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହି ୫ଟି ଆପ୍ସକୁ ଫୋନରେ ରଖନ୍ତୁ ନାହିଁ। କାରଣ ଏହି ଆପ୍ସ ବଡ ଦାବି କରିଥାଏ। ଏହା ବ୍ୟତୀତ ଆପଣଙ୍କ ସ୍ମାର୍ଟଫୋନକୁ ମଧ୍ୟ ପ୍ରଭାବିତ କରିଥାଏ। ସ୍ପିଡ୍‌ ବୁଷ୍ଟ ଦାବି କରିବା ଆପ୍ସ ଅନେକ ଗୁଡିଏ ରହିଥାଏ। ପୋନ ସ୍ଲୋ ହେବା ମାତ୍ରେ ଆପଣେମାନେ ଏପରି କିଛି ଆପ୍‌ ଡାଉନଲୋଡ୍‌ କରିଦେଇଥାନ୍ତି, ଯାହା ଫୋନର ମେମୋରୀ କିମ୍ବା ର‍୍ୟାମ୍‌ ବୃଷ୍ଟ କରିବା ପାଇଁ ଦାବି କରିଥାଏ। କିନ୍ତୁ ପ୍ରକୃତରେ ଏହା ଏପରି କିଛି କରିନଥାଏ। ସ୍ପିଡ୍‌ ବୁଷ୍ଟ ଦାବି କରୁଥିବା ଆପ୍ସ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲିଥାଏ ଏବଂ ଆପଣଙ୍କ ଠାରୁ ଅନେକ ପ୍ରକାର ଅନୁମତି ମଧ୍ୟ ନେଇଥାଏ। ଆଣ୍ଡ୍ରୋଏଡ୍‌ ଫୋନରେ ପୂର୍ବରୁ ଏପରି ଫିଚର୍ସ ରହିଛି, ଯାହା ଫୋନର ମେମୋରୀକୁ ବୁଷ୍ଟ୍‍ କରିଥାଏ।

phoneଗୁଗଲ୍‌ ପ୍ଲେ ଷ୍ଟୋର୍‍ ରେ ବ୍ୟାଟେରୀ ସେଭର ନା ରେ ଅନେକ ଆପ୍ସ ମିଳିଥାଏ, ଯାହା ଆପଣଙ୍କ ଫୋନର ବ୍ୟାଟେରୀ ସେଭ୍‌ କରିବା ପାଇଁ ଦାବି କରିଥାଏ। ଏହାକୁ ଇନଷ୍ଟଲ କରିବା ପରେ ବ୍ୟାଟେରୀର ବ୍ୟାକଅପ୍‌ ଡବଲ୍‌ ହୋଇଯାଇଥାଏ। କିନ୍ତୁ ପ୍ରକୃତରେ ଏପରି କିଛି ହୋଇନଥାଏ। ଏହି ସବୁ ଆପ୍ସ ଭୁଲ୍‌ ଅଟେ।

ଏହାସହ ପଢନ୍ତୁ: ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

ଲିଥିୟମର ବ୍ୟାଟେରୀ ନିଜ ହିସାବରେ କାମ କରିଥାଏ। ସମସ୍ତ ସ୍ମାର୍ଟ ଫୋନରେ ଆଜି କାଲି ପାଓ୍ଵର ସେଭିଙ୍ଗ୍‌ ମୋଡ୍‌ ଉପଲ୍ଳବଧ ରହିଛି। ଯାହାର ବ୍ୟବହାର କରି ଆପଣମାନେ ନିଜ ଫୋନର ବ୍ୟାଟେରୀକୁ ସେଭ୍‌ କରିପାରିବେ। ଏଭଳି ଆପ୍ସକୁ ଆପଣମାନେ ଡାଉନଲୋଡ୍‌ କରନ୍ତୁ ନାହିଁ। ଏବଂ ଯଦି ଆପଣମାନଙ୍କ ଫୋନରେ ଏପରି କିଛି ଆପ୍‌ ରହିଛି ତେବେ ତୁରନ୍ତ ଡିଲିଟ୍‌ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.