ଭାରତ ପରେ ଏବେ ହଂକଂରେ ବନ୍ଦ ହେବ ଟିକ୍‌ଟକ୍‌, କମ୍ପାନୀ ଦେବାଳିଆ ହେବା ଆଶଙ୍କା

ଚାଇନିଜ୍‌ ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ ହଂକଂରେ କାମ ବନ୍ଦ କରିବାକୁ ଘୋଷଣା କରିଛି। ଚୀନୀ ସରକାରଙ୍କ ତରଫରୁ ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ଆଇନ୍‌ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ ଏହି ନୂଆ ଆଇନ୍‌ ଲାଗୁ ହେବା ପରେ ସମସ୍ତ ଟିକ୍‌ଟକ୍‌ କମ୍ପାନୀକୁ ହଂକଂ ୟୁଜରଙ୍କ ଡାଟା ଚୀନ୍‌ ସରକାରଙ୍କୁ ଦେବାକୁ ପଡ଼ିବ। ଅନ୍ୟପଟେ ଟ୍ଵିଟର ଓ ଫେସ୍‌ବୁକ୍‌ ଭଳି କେତେକ ବଡ଼ କମ୍ପାନୀ ମଧ୍ୟ ଚୀନ୍‌ ସରକାରଙ୍କ ସହ ୟୁଜରଙ୍କ ଡାଟା ସେୟାର କରିବାକୁ ମନା କରିଦେଇଛନ୍ତି।

TikTok says it will exit Hong Kong market within days - world news ...

ଏନେଇ କେବିନ୍‌ ମେୟର କହିଛନ୍ତି ଯେ ଚିକ୍‌ଟକ୍‌ ଚୀନୀ କମ୍ପାନୀ ହୋଇଥିଲେ ମଧ୍ୟ ଚୀନ୍‌ରେ ଉପଲବ୍ଧ ନାହିଁ। ଚୀନ୍‌ କମ୍ପାନୀ କେବେ ବି ଡାଟା ମାଗେ ନାହିଁ। ତେବେ ମେୟରଙ୍କ କଥା ଯଦି ସତ ହୁଏ ତେବେ ଟିକ୍‌ଟକ୍‌ ଚୀନ୍‌ର ହୋଇଥିଲେ ମଧ୍ୟ କେବଳ ଗ୍ଲୋବାଲ ୟୁଜରଙ୍କୁ ବାନ୍ଧି ରଖିବା ପାଇଁ ଚୀନ୍‌ ଏହାକୁ ବଜାରକୁ ଛାଡ଼ିଛି। ମାତ୍ର ନିଜ ଦେଶରେ ବ୍ୟବହାର କରୁନାହିଁ।

TikTok says stopping app operation in Hong Kong - Science & Tech ...

ସୂଚନାଯୋଗ୍ୟ ଯେ ଭାରତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛି। ସେଥିମଧ୍ୟରେ ଟିକ୍‌ଟକ୍‌ ସମେତ ହାଲୋ, ସେୟାର ଇଟ୍‌, ଜେଣ୍ଡର, ୟୁସି ବ୍ରାଉଜର, କ୍ଲବ୍‌ ଫାକ୍ଟ୍ରି, କ୍ୟାମ୍‌ ସ୍କାନର, MI କମ୍ୟୁନିଟି, ମେଲ୍‌ ମାଷ୍ଟର, ଡିୟୁ ରେକଡର, ନ୍ୟୁଜ୍‌ ଡଗ୍‌, ହେଲୋ, ଲାଇକି, କ୍ଲାସ ଅଫ କିଙ୍ଗ, ଭାଇରସ କ୍ଲିନର ଆପ୍‌ ରହିଛି।