ଭାରତର ଶ୍ରେଷ୍ଠ ଅଧିନାୟକ ଧୋନୀ, ଏତେ ସହଜ ନଥିଲା ତାଙ୍କ କ୍ୟାରିଅର

ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଜଗତର ଜଣାଶୁଣା ନାଁ। ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ୍‌ ଜଣାଶୁଣା ଧୋନୀ। ଆଜି ଧୋନୀ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଥିଲେ। କିନ୍ତୁ ଏହି ଯାତ୍ରା ସହଜ ନଥିଲା। ବଡ କ୍ରିକେଟର ହେବା ପାଇଁ ତାକୁ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ଭାରତୀୟ ରେଳବାଇରେ ଟିକେ ସଂଗ୍ରହକାରୀ ଭଳି ସରକାରୀ ଚାକିରି ପାଇବା ସତ୍ତ୍ୱେ ଧୋନୀ ଏଥିରେ ସନ୍ତୁଷ୍ଟ ନଥିଲେ। ଚାକିରି ଛାଡିବା ପରେ ମଧ୍ୟ ପିତାଙ୍କ ଗାଳି ଶୁଣିବାକୁ ପଡୁଥିଲା।

MS-Dhoni-5

ଜୁଲାଇ ୭, ୧୯୮୧ରେ ଜନ୍ମଗ୍ରହଣ କରିିଥିବା ଧୋନୀ ଛୋଟ ବେଳରୁ କ୍ରିକେଟ ପ୍ରତି ଆଗ୍ରହ ରଖିନଥିଲେ। ସେ ସ୍କୁଲରେ ଫୁଟବଲ ଦଳର ଗୋଲକିପର ଥିଲେ। ସେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ କ୍ରିକେଟ ଦଳରେ ଏକ ଓ୍ଵିକେଟ କିପରର ଆବଶ୍ୟକତା ପଡିଥିଲା।

ddd

ସ୍କୁଲରେ ଥିବା କ୍ରିକେଟ ପ୍ରଶିକ୍ଷକ ଧୋନୀଙ୍କୁ ଗୋଲକିପିଂ କରିବା ଦେଖିଥିଲେ, ତେଣୁ ଧୋନୀଙ୍କ ଉପରେ ପ୍ରଭାବିତ ହୋଇ ସେ ଉଇକେଟ କିପିଂ କରିବା ପାଇଁ କହିଥିଲେ। ପ୍ରଥମେ ଧୋନୀ ମନା କରିଥିବା ବେଳେ ପରେ ରାଜି ହୋଇଥିଲେ। ସେବେଠାରୁ ଆରମ୍ଭ ହୋଇଥିବଲା ଧୋନୀଙ୍କ କ୍ରିକେଟ ଜୀବନ। ଧୋନୀ ହେଲିକ୍ଟର ସଟ୍‌ ପାଇଁ ବେଶ୍‌ ପରିଚିତ ଥିଲେ। ଏହି ସଟ୍‌ ମାରିବାର କୌଶଳ ସେ ନିଜ ସାଙ୍ଗ ଠାରୁ ଶିଖିଥିଲେ।

1

୨୦୦୪ରେ ଧୋନୀଙ୍କୁ ଅଧିନାୟକ ସୌରଭ ଗାଙ୍ଗୁଲି ଟିମ୍‌ ଇଣ୍ଡିଆରେ ପ୍ରଥମ ସୁଯୋଗ ଦେଇଥିଲେ। ୨୦୧୩ରେ ଜିମ୍ବାେଓ୍ଵ ଏବଂ କେନିଆ ଗ୍ରସ୍ତରେ ଧୋନି ଇଣ୍ଡିଆ ଦଳରେ ସ୍ଥାନ ପାଇଥିଲେ। ଧୋନୀ କିନ୍ତୁ ବାଲାଂଦେଶ ବିଶ୍ୱକପରେ ଏକ ଦିବସୀୟ ଡେବ୍ୟୁ କରିଥିଲେ। କିନ୍ତୁ ଏହି ସିରିଜରେ ପୁରା ଫ୍ଲପ ହୋଇଥିଲେ। ସେ ତିନିଟି ମ୍ୟାଚରେ ମାତ୍ର ୧୯ ରନ ସଂଗ୍ରହ କରିଥିଲେ। ୨୦୦୫ରେ ପାକିସ୍ତାନ ଦଳ ଭାରତ ଗ୍ରସ୍ତ କରିଥିଲା। ପ୍ରଥମ ମ୍ୟାଚରେ ସେ ମାତ୍ର ତିନି ରନ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ଧୋନି ବିଶାଖାପାଟନମରେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଧୋନୀ ଏହି ମ୍ୟାଚରେ ୧୨୩ ବଲରେ ୧୪୮ ରନ କରି ସମସ୍ତଙ୍କ ମନ କିଣି ନେଇଥିଲେ। ତା’ ପର ଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି।

dd

୨୦୧୦ରେ ଧୋନୀ ସାକ୍ଷୀ ସିଂ ରାଓ୍ଵତଙ୍କୁ ବିବାହ କରିଥିଲେ। ଧୋନୀ ଅବସର ନେବା ପରେ ଏବେ ଝିଅ ଜିଭା ସହିତ ସମୟ ଅତିବାହିତ କରୁଛନ୍ତି। ଯାହାର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହାଛଡା ଧୋନୀଙ୍କୁ ନେଇ ଫିଲ୍ମ ନିର୍ମାଣ ହୋଇସାରିଛି। ଫିଲ୍ମରେ ଧୋନୀଙ୍କ ଚରିତ୍ରରେ ସୁଶାନ୍ତ ସିଂ ରାଜପୁତ ନଜର ଆସିଥିଲେ।

Leave A Reply

Your email address will not be published.