Below header

ଆଜି ଠାରୁ ଗଂଜାମରେ ଘରକୁ ଘର ବୁଲି ଆରମ୍ଭ ହୋଇଛି ଆଣ୍ଟିଜେନ୍ ଟେଷ୍ଟିଂ

ଗଞ୍ଜାମ(କେନ୍ଯୁଜ୍): ଆଜି ଠାରୁ ଘରକୁ ଘର ବୁଲି ଆରମ୍ଭ ହୋଇଛି ଆଣ୍ଟିଜେନ୍ ଟେଷ୍ଟିଂ। କିଟ୍ ଧରି ଆଶାକର୍ମୀ ଓ ଏଏନ୍ଏମ୍ ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତ ବଢିଚାଲିଛି । ଏହା ପୂର୍ବରୁ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ କରୋନାର ମୁକାବିଲା କରିବା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ। ଟେଷ୍ଟିଂ ସମୟରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଏହା ସହ ବ୍ୟବସାୟ ପ୍ରତିଷ୍ଠାନ ସଂପର୍କରେ ମଧ୍ୟ କଡାକଡି ନିୟମ କରିବା ସହ କେବଳ କୃଷି କାର୍ଯ୍ୟ, ସ୍ବାସ୍ଥ୍ୟ କାର୍ଯ୍ୟକୁ ଛାଡ଼ି ଜିଲ୍ଲାରେ ବାଇକ୍ ଚଳାଚଳକୁ ମଧ୍ୟ କଟକଣା କରାଯାଇଛି । ଏହି ସଂପର୍କରେ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.