ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦି ବେଚାରା’ର ଟ୍ରେଲରକୁ ମିଳିଲା ଫ୍ୟାନ୍‌ଙ୍କ ଭରପୂର ଭଲ ପାଇବା, ୨୪ ଘଣ୍ଟା ନ ପୂରୁଣୁ ଭାଙ୍ଗିଲା ରେକର୍ଡ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇଛି। ରୋମାନ୍ସ ଓ ଇମୋସନ୍‌ରେ ଭରପୂର ଏହି ଫିଲ୍ମର ଟ୍ରେଲରରେ ସୁଶାନ୍ତଙ୍କ ଅଭିନୟ ସମସ୍ତଙ୍କ ମନ ଜିତିଯାଇଛି। ୨ ମିନିଟ୍‌ ୪୩ ସେକେଣ୍ଡର ଏହି ଟ୍ରେଲର ଆପଣଙ୍କୁ ପୂରା ବାନ୍ଧି ରଖିବ। ଟ୍ରେଲରକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିବା ବେଳେ ଏହା ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଟ୍ରେଲର ରିଲିଜ୍‌ ହେବାକୁ ୨୪ ଘଣ୍ଟା ପୂରିନଥିଲେ ମଧ୍ୟ ଏଥିରେ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି।

ଦେଖନ୍ତୁ ଟ୍ରେଲର:

Video Courtesy: FoxStarHindi

ଏହି ଭିଡିଓକୁ ଏବେ ଯାଏଁ ୨୪ କୋଟି ୧୮ ଲକ୍ଷ ଥର ଦେଖାସରିଲାଣି। ସେହିପରି ଏଥିରେ ୩ ଲକ୍ଷରୁ ଅଧିକ କମେଣ୍ଟ ଓ ୫.୩ ମିଲିୟନ୍‌ରୁ ଅଧିକ ଥର ଲାଇକ୍‌ କରାଯାଇଛି।

Sushant Singh Rajput and Sanjana Sanghi's 'Dil Bechara' trailer to ...

ଏହି ଫିଲ୍ମଟି ୨୦୧୪ରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଦ ଫଲ୍ଟ ଇନ୍‌ ଓଭର ଷ୍ଟାର୍ସ’ର ରିମେକ୍‌। ‘ଏକ ଥା ରାଜା ଏକ ଥା ରାନୀ ଦୋନୋ ମର ଗୟେ ଖତମ୍‌ କାହାନୀ’ ଏହି ଲାଇନ୍‌ରୁ ଦିଲ ବେଚାରା ଫିଲ୍ମର ଟ୍ରେଲର ଆରମ୍ଭ ହୋଇଛି। ଫିଲ୍ମରେ ସୁଶାନ୍ତଙ୍କ ସହ ସଞ୍ଜନା ସାଂଘୀଙ୍କୁ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.