ଏପରି କରନ୍ତୁ କ୍ରେଡିଟ୍‌ କାର୍ଡର ବ୍ୟବହାର, ମାସରେ ସଞ୍ଚୟ କରିପାରିବେ ବହୁତ ଟଙ୍କା

ଆଜିର ଯୁଗରେ ସଞ୍ଚୟ କରିବା ଏତେ ସହଜ ନୁହେଁ। ଯଦିଓ ସଞ୍ଚୟ କରନ୍ତି, ତାହେଲେ ଏଥପାଇଁ କିଛି ଉପାୟକୁ ମଧ୍ୟ କରିବାକୁ ପଡିଥାଏ। ଏହାସହିତ ଯେଉଁ ଲୋକ ସଞ୍ଚୟ କରିପାରୁନାହାଁନ୍ତି ସେମାନେ ସଞ୍ଚୟ କରିବା ପାଇଁ କିଛି ଟିପ୍ସ ମଧ୍ୟ ଫଲୋ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ସଞ୍ଚୟ କରିବାର କିଛି ଖାସ୍‌ ଟିପ୍ସ ବିଷୟରେ।

ପ୍ରତି ମାସ କ୍ରେଡିଟ କାର୍ଡର ଫୁଲ୍‌ ପେମେଣ୍‌ଟ କରନ୍ତୁ। ଯଦି କ୍ରେଡିଟ କାର୍ଡର ସମ୍ପୂର୍ଣ୍ଣ ପେମେଣ୍ଟ ଆପଣ କରୁନାହାଁନ୍ତି ଏବଂ ପେମେଣ୍ଟ ଡେଟ୍‌ ସରିଯାଉଛି ତାହେଲେ ଆପଣଙ୍କ ଉପରେ ପେନାଲ୍ଟୀ ମଧ୍ୟ ଲାଗିଯାଏ। ଏମିତିରେ ବେକାରରେ ହିଁ କିଛି ଟଙ୍କା ଆପଣଙ୍କର ଚାଲିଯାଏ। ଏହି ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ ଆଉ ଏଥିପାଇଁ ଆପଣ ଶେଷ ତାରିଖ ପୂର୍ବରୁ ହିଁ ପେମେଣ୍ଟ କରିଦିଅନ୍ତୁ।

ଏହାସହିତ କ୍ରେଡିଟ କାର୍ଡର ଲିମିଟରୁ ଅଧିକ ଖର୍ଚ୍ଚ କରିବାକୁ ଭାବନ୍ତୁନାହିଁ। ଏହାବ୍ୟତୀତ ଆପଣଙ୍କ କ୍ରେଡିଟ୍‌ କାର୍ଡର ଯେତିକି ଲିମିଟ୍‌ ତାର କେବଳ ୨୦-୩୦ ପ୍ରତିଶତ ହିଁ ସ୍ପେଣ୍ଡ କରନ୍ତୁ। ଏହାଦ୍ୱାରା ଅଯଥା ଖର୍ଚ୍ଚ ବି ରହିଯିବ ଏବଂ ଅଧିକ ଲୋଡ ବି ନେବାକୁ ପଡିବନି।

ଯଦି ଆପଣଙ୍କ ପାଖରେ କ୍ରେଡିଟ୍‌ କାର୍ଡ ଅଛି ତାହେଲେ ଚେଷ୍ଟା କରନ୍ତୁ ଯେ ଯେଉଁଠି କ୍ରେଡିଟ କାର୍ଡରୁ ଏକ୍ସଟ୍ରା ଫାଇଦା ମିଳୁଛି, ତାକୁ ହିଁ ବ୍ୟବହାର କରିବାକୁ। ଅନ୍ୟ ଯାଗାରେ ଖର୍ଚ୍ଚ କରିବାକୁ ନିଜ ଏଟିଏମର ହିଁ ବ୍ୟବହାର କରନ୍ତୁ।

ଆପଣ ବିଜୁଳି ବିଲ୍‌ ପେମେଣ୍ଟ କରିବା ପାଇଁ ଅଟୋ-ପେରେ ନିଜର ବିଲ୍‌ ପେମେଣ୍ଟ କରନ୍ତୁ। ଅଟୋ-ପେରେ ବିଲ୍‌ ପେମେଣ୍ଟ କରିବା ଦ୍ୱାରା ଠିକ୍‌ ସମୟରେ ହିଁ ଆପଣଙ୍କ ବିଲ୍‌ ପେମେଣ୍ଟ ହୋଇଯିବ ଏବଂ ଆପଣଙ୍କୁ କୌଣସି ପ୍ରକାର ପେନାଲ୍ଟୀ ବି ଦେବାକୁ ପଡିବନି।

ଏହାସହିତ ମାସର ଆରମ୍ଭରେ ନିଜ ଖର୍ଚ୍ଚକୁ ଡିସାଇଡ୍‌ କରିଦିଅନ୍ତୁ ଏବଂ କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାର ଅଛି ତାକୁ ପୂର୍ବରୁ ହିଁ ନୋଟ କରି ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କୁ ଅନ୍ଦାଜା ଲାଗିଯିବ ଯେ କେଉଁ କାମ ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରି କରିବା ଦ୍ୱାରା ଆପଣଙ୍କର ସଞ୍ଚୟ ବି ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.