Below header

ଡେବିଟ୍‌ କିମ୍ବା କ୍ରେଡିଟ କାର୍ଡ ନୁହେଁ, ହାତଘଣ୍ଟାରୁ କରିପାରିବେ ଡିଜିଟାଲ ପେମେଣ୍ଟ

ଏଣିକି ସପିଙ୍ଗ୍ କରିବା ପରେ ପେମେଣ୍ଟ ପାଇଁ ଡେବିଟ୍ କାର୍ଡ କି କ୍ରେଡିଟ କାର୍ଡ କିମ୍ବା ମୋବାଇଲରେ କୌଣସି ଆପ୍ ଦରକାର ପଡ଼ିବ ନାହିଁ। ଏ କାମ ଏବେ ଆପଣଙ୍କ ହାତଘଣ୍ଟା କରିବ। ସବୁଠୁ ଲୋକପ୍ରିୟ ଘଣ୍ଟା କମ୍ପାନି ଟାଇଟନ୍ ପ୍ରଥମଥର ପାଇଁ ଭାରତରେ କଣ୍ଟାକ୍ଟଲେସ୍ ପେମେଣ୍ଟକୁ ସପୋର୍ଟ କରୁଥିବା ହାତଘଣ୍ଟା ଲଞ୍ଚ କରିଛି। ଏହି ଫିଚର ପାଇଁ କମ୍ପାନି ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସହ ପାର୍ଟନରସିପ୍ କରିଛି।

ସପିଂ କରିବା ପରେ ପେମେଣ୍ଟ କରିବା ସମୟରେ କେବଳ ପିଓଏସ୍ ମେସିନ୍ ସାମ୍ନାରେ ଟାଇଟନ୍ ପେ ପାଓ୍ବାରର୍ଡ ଓ୍ବାଚ ଟ୍ୟାପ୍ କରିବାକୁ ହେବ। ଏତିକି କରିବା ମାତ୍ରେ କଣ୍ଟାକ୍ଟ ଲେସ୍ ପେମେଣ୍ଟ ପୂରା ହୋଇଯିବ। ସାଧାରଣତଃ ଯେପରି ଓ୍ବାଇଫାଇ ସୁବିଧା ଥିବା ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ୍ ହୋଇଥାଏ ଏହା ସେଭଳି। ଟାଇଟନ ପେମେଣ୍ଟ ଓ୍ବାଚ ସୁବିଧା କେବଳ ଏସବିଆଇ କାର୍ଡଧାରୀଙ୍କୁ ମିଳିବ। ପେମେଣ୍ଟ ଫଙ୍କସନ ମୁଖ୍ୟତଃ ସିକ୍ୟୁରଡ୍ ସାର୍ଟିଫାଇଡ ନିୟର-ଫିଲ୍ମ କମ୍ୟୁନିକେସନ୍ ଚିପ୍ (ଏନଏଫସି) ମାଧ୍ୟମରେ କାମ କରିଥାଏ ଯାହାକୁ ଓ୍ବାଚର ଷ୍ଟ୍ରାପରେ ଲଗାଯାଇଛି। ଟାଇଟନ ପେ ଫିଚର ୟୋନୋ ଏସବିଆଇ ସହ ସଂଯୁକତ ଓ ଯେଉଁଠି ପିଓଏସ୍ ମେସିନ୍ ଉପଲବ୍ଧ ଥିବ ସେଠାରେ ହିଁ ଏହା କାମ କରିବ।

titan

ଦୁଇ ହଜାର ଟଙ୍କା ପେମେଣ୍ଟ କରିବାକୁ ହେଲେ କେବଳ ଘଣ୍ଟାକୁ ଟ୍ୟାପ କରିବା ମାତ୍ରେ ପେମେଣ୍ଟ ହୋଇଯିବ, କୌଣସି ପିନ୍ ଦରକାର ପଡ଼ିବ ନାହିଁ। ମାତ୍ର ଦୁଇ ହଜାର ଟଙ୍କା ଉପରୁ ପେମେଣ୍ଟ୍ କରିବାକୁ ଚାହୁଁଥିଲେ ପିନ୍ ଦେବାକୁ ହେବ।
ଟାଇଟନର ଏହି ନୂଆ ଘଣ୍ଟାରେ ପୁରୁଷଙ୍କ ପାଇଁ ତିନିଟି ଓ ମହିଳାଙ୍କ ପାଇଁ ଦୁଇଟି ନୂଆ ଭାରିଏଣ୍ଟ ଡିଜାଇନ୍ କରାଯାଇଛି। ପୁରୁଷଙ୍କ ଘଣ୍ଟାର ଦାମ ୨,୯୯୫, ୩୯୯୫ ଓ ୫,୯୯୫ ଟଙ୍କା ଥିବା ବେଳେ ମହିଳାଙ୍କ ଘଣ୍ଟାର ମୂଲ୍ୟ ୩,୮୯୫ ଓ ୪୩୯୫ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.