ଭୁବନେଶ୍ୱର ସୁନ୍ଦରପଦାରେ ମାଆକୁ ଦୁଇ ପୁଅ ହତ୍ୟା ଘଟଣା: ମିଳିଲା ବାପାଙ୍କ ପରିଚୟ, ୯ ବର୍ଷ ହେଲା ପୁରୀ ଜେଲରେ କାଟୁଛନ୍ତି ସଜା

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦାରେ ମାଆକୁ ଦୁଇ ପୁଅ ହତ୍ୟା ଘଟଣାର ଅଧିକ ଖୋଳତାଡ କରୁଛି ପୋଲିସ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସକୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହାରି ଭିତରେ ସାମନାକୁ ଆସିଛି ମୃତ ମହିଳାଙ୍କ ସ୍ୱାମୀଙ୍କ ପରିଚୟ ।

ସେ ହେଉଛନ୍ତି ଜଣେ ପେସାଦାର ଅପରାଧୀ । ମୃତ ମହିଳାଙ୍କ ସ୍ୱାମୀ ୯ ବର୍ଷ ହେଲା ପୁରୀ ଜେଲରେ ସଜା କାଟୁଛନ୍ତି । ମୃତ ମହିଳାଙ୍କ ସ୍ୱାମୀଙ୍କ ନାଁ ନିହାର । ଏକ ହତ୍ୟା ଘଟଣାରେ ଜେଲରେ ସଜା କାଟୁଥିବା ଜଣାପଡିଛି । ୨୦୧୧ରେ ମଦ ପିଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଅମିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିହାର ଓ ତାର ୧୧ ସହଯୋଗୀ ହତ୍ୟା କରିଥିଲେ । ଏନେଇ ପୋଲିସର ଏକ ଟିମ୍‌ ପୁରୀ ଜେଲକୁ ଯାଉଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.