Below header

୧୦ ବଦଳରେ ୧୧ ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର, ଟ୍ରାଇ କରୁଛି ପ୍ରସ୍ତୁତି

ଟେଲିକମ ରେଗ୍ୟୁଲାରିଟି ଅଥରିଟି ଅଫ ଇଣ୍ଡିଆ (TRAI) ଅତିଶୀଘ୍ର ଫୋନର ୧୦ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବଢ଼ାଇ ୧୧ଟି ଅଙ୍କ କରିବା ପ୍ରସ୍ତୁତିରେ ଲାଗି ପଡିଛି । ଏହି ଅଙ୍କ ବଢାଇବା ପାଇଁ ଟ୍ରାଇ ରିପୋର୍ଟ ମଧ୍ୟ ଜାରି କରିସାରିଛି । ଟ୍ରାଇର ରିପୋର୍ଟ ଅନୁଯାୟୀ ମୋବାଇଲ ନମ୍ବରର ସଂଖ୍ୟା ବଢାଇବା ଉପରେ ବର୍ତ୍ତମାନ ଯୋଜନା ଚାଲିଛି । ଯଦି ଏପରି ହୁଏ ତାହେଲେ ମୋବାଇଲ ନମ୍ବରର ସଂଖ୍ୟା ୧୦ ବଦଳରେ ୧୧ ଟି ହୋଇଯିବ । ଦେଶରେ ମୋବାଇଲ ନମ୍ବରର ସଂଖ୍ୟା ବଢ଼ିବାରେ ଲାଗିଛି ତାକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ।

TRAI

ଟ୍ରାଇର କହିବା ଅନୁଯାୟୀ ଦେଶରେ ଟେଲିକମ କନେକ୍ସନକୁ ନେଇ ଲୋକମାନଙ୍କର ଆବଶ୍ୟକତାକୁ ପୁରାଣ କରିବା ପାଇଁ ୨୦୫୦ ପର୍ଯ୍ୟନ୍ତ ସମୟ ଲାଗିବ । ଏହା ସହିତ ୨୬୦ କୋଟି ଅଙ୍କର ଆବଶ୍ୟକତା ମଧ୍ୟ ପଡିବ । ଏହି କାରଣରୁ ଟ୍ରାଇ ଫୋନର ଅଙ୍କ ସଂଖ୍ୟାରେ ବୃଦ୍ଧି କରିବା ପାଇଁ ଲାଗି ପଡିଛି । ବର୍ତ୍ତମାନ ଦେଶରେ ୯,୭ ଓ ୮ ରୁ ଆରମ୍ଭ ହୋଇଥିବା ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରେ ୨୧୦ କୋଟି କନେକ୍ସନ ରହିଛି । ଏହା ବ୍ୟତୀତ ଟ୍ରାଇ ଏହି ବିଷୟରେ ଲୋକମାନଙ୍କୁ ନିଜର ପରାମର୍ଶ ମଧ୍ୟ ମାଗିଛି ।

ଏହାସହ ପଢନ୍ତୁ ଫେସବୁକ ୧୦ ହଜାରରୁ ଅଧିକ ଆପ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ ଏହା ପଛରେ ଥିବା କାରଣ 

ସୂଚନା ଅନୁଯାୟୀ ଟ୍ରାଇ ୧୯୯୩ ଏବଂ ୨୦୦୩ରେ ମୋବାଇଲ ନମ୍ବର ଉପରେ ବିଶ୍ଳେଷଣ କରିଥିଲା । ଟ୍ରାଇର କହିବା ଅନୁଯାୟୀ ଧୀରେ ଧୀରେ କନେକ୍ସନକୁ ନେଇ ନମ୍ବରିଂ ରିସୋର୍ସେସ ପାଇଁ ଅସୁବିଧା ବଢି ବଢି ଚାଲିଛି ।ଏହି କାରଣରୁ ଟ୍ରାଇ ମୋବାଇଲ ନମ୍ବରର ଡ଼ିଜିଟକୁ ବଢାଇବା ପାଇଁ ଚାଁହୁଛି । କେବଳ ଏତିକି ନୁହେଁ ଟ୍ରାଇ ଲ୍ୟାଣ୍ଡଲାଇନ ନମ୍ବର୍ସର ସଂଖ୍ୟାକୁ ୧୦ ଡିଜିଟରେ ମଧ୍ୟ ପରିଣତ କରାଇପାରେ । ଖବର ଅନୁଯାୟୀ ଡୋଙ୍ଗଲର କନେକ୍ସନ ନମ୍ବର ସଂଖ୍ୟା ୧୩ ଡିଜିଟରେ ମଧ୍ୟ ପରିଣତ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.