ଓସ୍କାର ପାଇଁ ମନୋନୀତ ହେଲା ବଲିଉଡ୍ ମୁଭି ଗଲି ବୟ

ଓସ୍କାର ପାଇଁ ଗଲା ବଲିଉଡ୍ ମୁଭି ଗଲି ବୟ । ୯୨ ତମ ଏକାଡେମୀ ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଶ୍ରେଣୀରେ ଭାରତ ମନୋନୀତ କରି ପଠାଇଛି । ଜୋୟା ଅଖତରଙ୍କ ଏହି ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଛନ୍ତି ରଣବୀର ସିଂହ ଓ ଆଲିୟା ଭଟ୍ଟ । ଚଳିତ ବର୍ଷ ଫେବୃଆରୀରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ଚଳିତ ବର୍ଷ ଓସ୍କାରକୁ ପଠାଯିବା ପାଇଁ ୨୭ଟି ଚଳଚ୍ଚିତ୍ର ମଧ୍ୟରେ ପ୍ରତିଦ୍ୱନ୍ଦିତା ଥିଲା । ଏହା ମଧ୍ୟରୁ ଗଲି ବୟକୁ ଚୟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.