Below header

ଟ୍ଵିଟର ଲଞ୍ଚ୍‌ କଲା Fleets ଫିଚର, ଏବେ ଯାହା ବି ପୋଷ୍ଟ କରିବେ ୨୪ ଘଣ୍ଟାରେ ହୋଇଯିବ ଗାୟବ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଟ୍ଵିଟର ନିଜ ଫ୍ଲିଟସ ଫିଚରକୁ ଗ୍ଲୋବାଲି ଲଞ୍ଚ୍‌ କରିଛି। ଧୀରେ ଧୀରେ ଏହାକୁ ସାରା ବିଶ୍ୱର ୟୁଜରଙ୍କ ପାଇଁ ଉପଲବ୍ଧ କରାଯିବ। ଫ୍ଲିଟ୍ସ ଟ୍ଵିଟର ଆପ୍‌ରେ ସବୁଠୁ ଉପରେ ହ୍ଵାଟ୍ସ ଆପ୍‌ ଷ୍ଟୋରେଜ୍‌ ଭଳି ନଜର ଆସିବ। ଏହି ଫିଚର ମାଧ୍ୟମରେ ୟୁଜର୍ସ ଫଟୋ ଓ ଭିଡିଓ ପୋଷ୍ଟ କରିପାରିବେ, ଯାହା ଆପେ ଆପେ ୨୪ ଘଣ୍ଟା ପରେ ଗାୟବ ହୋଇଯିବ।

Twitter Fleets ର ଗ୍ଲୋବାଲ ଲଞ୍ଚିଂକୁ ନେଇ ଟ୍ଵିଟରର ଡିଜାଇନ୍‌ ଡାଇରେକ୍ଟର ଜୋସୁଆ ହାରିସ ଏକ ଭର୍ଚୁଆଲ ପ୍ରେସ କନ୍‌ଫରେନ୍ସରେ କହିଛନ୍ତି ଯେ ‘ଟେଷ୍ଟିଂ ବେଳେ ଆମେ ଦେଖିଲୁ ଯେ ଲୋକମାନେ Fleets ମାଧ୍ୟମରେ ନିଜ ମନ କଥାକୁ ସହଜରେ ଅଭିବ୍ୟକ୍ତ କରିପାରୁଛନ୍ତି।

ସେ କହିଛନ୍ତି ଟ୍ଵିଟର ପାଇଁ ଖୁବ୍‌ଶୀଘ୍ର ଏକ ଅଡିଓ ସ୍ପେସ୍‌ ନାମକ ନୂଆ ଫିଚର ମଧ୍ୟ ଜାରି କରାଯିବ ଯାହା ପ୍ରଥମେ ଟେଷ୍ଟିଂ ପାଇଁ ଅଳ୍ପ କିଛି ୟୁଜରଙ୍କ ଲାଗି ରିଲିଜ୍‌ ହେବ। ଅଡିଓ ସ୍ପେସ୍‌ ଜରିଆରେ ୟୁଜର୍ସ କୌଣସି କଥାକୁ ନେଇ ଆଲୋଚନା ବି କରିପାରିବେ ବୋଲି ହାରିସ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.