Below header

ବିରାଟ ହୃଦୟର ଅଧିକାରୀ ବିରାଟ, ୧୦ ହଜାର କୁପୋଷଣର ଶିକାର ହୋଇଥିବା ପିଲାଙ୍କ ପାଇଁ ଦାନ କଲେ ଅର୍ଥ ରାଶି

ମହାନତା ଦେଖାଇଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି। କୋଭିଡ୍‌ ଯୋଦ୍ଧାକୁ ସଲାମ୍‌ କରି ବିରାଟ ସେମାନଙ୍କୁ ପ୍ରକୃତ ହିରୋ କହିଛନ୍ତି। ବିରାଟଙ୍କୁ ନିକଟରେ ସାନିଟେସନ୍‌ ବ୍ରାଣ୍ଡ ଭାଇଜ୍‌ର ନୂଆ ବ୍ରାଣ୍ଡ ଆମ୍ବାସାଡର ଭାବେ ଚୟନ କରିଛି। ସେ ନିଜ ପରୋପକାରିତା ଜାରି ରଖି ଏଥିରୁ ମିଳିଥିବା ଟଙ୍କାକୁ କୁପୋଷଣର ଶିକାର ହୋଇଥିବା ୧୦ ହଜାର ପିଲାଙ୍କୁ ଦାନ କରିଛନ୍ତି।

ବିରାଟ ଏହି ଟଙ୍କାକୁ ମହାରାଷ୍ଟ୍ରର ଏକ ଏନ୍‌ଜିଓ ରାହ ଫାଉଣ୍ଡେସନ୍‌କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର କରୋନା ସ୍ଥିତିରେ ସମସ୍ତଙ୍କ ଆର୍ଥିକ ଅବସ୍ଥା ବିଗିଡ଼ିଛି। ଏଭଳି ସ୍ଥିତିରେ ବିରାଟଙ୍କ ଏହି ସାହାଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ। ବିରାଟଙ୍କ ଏହି ମହାନତା ପାଇଁ ଚାରି ଆଡ଼ୁ ତାଙ୍କୁ ପ୍ରଶଂସା କରାଯାଉଛି।

ଏ ଅବସରରେ ବିରାଟ କହିଛନ୍ତି ଖେଳାଳି ଭାବେ ଆମକୁ ଯଥେଷ୍ଟ ସମ୍ମାନ ମିଳୁଛି। ଲୋକଙ୍କ ଭଲ ପାଇବା ଯୋଗୁ ଆମେ ଏହି ସ୍ଥାନରେ ପହଞ୍ଚିଛୁ। ଏଣୁ ବର୍ତ୍ତମାନର କରୋନା ମହାମାରୀ ବେଳେ ଲୋକଙ୍କ ପାଇଁ କିଛି କରି ଦେଖାଇବାର ସମୟ ଆସିଛି। ଏଣୁ ମୁଁ ଭାଇଜର ତରଫରୁ ମିଳିଥିବା ଅର୍ଥ ରାଶିକୁ କୁପୋଷଣର ଶିକାର ହୋଇଥିବା ପିଲାଙ୍କୁ ଦେବାକୁ ଚାହୁଁଛି। ସେମାନଙ୍କର ମଧ୍ୟ ଆମ ଭଳି ବଞ୍ଚିବାର ଅଧିକାର ଅଛି ବୋଲି କହିଛନ୍ତି ବିରାଟ କୋହଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.