ଭାରତୀୟ ବଜାରରେ Ubon ଲଞ୍ଚ କଲା ନୂଆ ୱେୟାରଲେସ ସ୍ପିକର୍, ନେଇପାରିବେ FM ର ମଜା

ଇଲେକ୍ଟ୍ରୋନି ବ୍ରାଣ୍ଡ Ubon ଏପର୍ଯ୍ୟନ୍ତ ବଜାରରେ ଅନେକ ସ୍ପିକର ଏବଂ ହେଡ ଫୋନ ଲଂଚ କରିସାରିଛି। ଏବେ କମ୍ପାନୀ ନିଜ ପୋର୍ଟଫୋଲିଓରେ ନୂଆ ଡିଭାଇସ୍ ସାମିଲ କରିଛି। କମ୍ପାନୀ bass boy ପୋର୍ଟବେଲ ୱେରଲେସ ସ୍ପିକରକୁ ଭାରତୀୟ ବଜାରରେ ଲଂଚ କରିଛି। ଏଥିରେ ଏଫଏମର ସପୋର୍ଟ ରହିଛି। ଫଳରେ ୟୁଜର fmର ମଜା ନେଇପାରିବେ। ଏହାଛଡା ଏଥିରେ ବିଲ୍ଟ ଇନ୍ ମାଇକ୍ରୋ ଫୋନ ଏବଂ USB charging ସପୋର୍ଟ ମଧ୍ୟ ରହିଛି।

ଏହାର ଦାମ ଭାରତ ରେ ୨,୯୯୯ ଟଙ୍କା ରହିଛି। ଏହା ଅନଲାଇନ ଏବଂ ଅଫ ଲାଇନ ପ୍ଲାଟଫର୍ମରେ ସେଲରେ ମିଳୁଛି। ଏହା ସହିତ ୟୁଜରଙ୍କୁ ୬ମାସର ୱାରେଣ୍ଟି ମଧ୍ୟ ମିଳୁଛି।

ଏଥିରେ ୧୨୦୦ mAh ର ବ୍ୟାଟେରୀ ଦିଆଯାଇଛି। ଏହାଛଡା ବ୍ୟାଟେରୀ ସିଙ୍ଗଲ ଚାର୍ଜରେ ୭ଘଣ୍ଟା ଯାଏ ମ୍ୟୁଜିକ ପ୍ଲେ ଟାଇମ ଦେଉଛି। ଏହାକୁ ସହ ରେ ଆଣ୍ଡ୍ରଏଡ iOS, ଲାପଟପ୍ ସହିତ ସହଜରେ କନେକ୍ଟ କରାଯାଇପାରିବ। ଏଥିରେ ବହୁତ ନୂଆ ନୂଆ ଫିଚର୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.