Below header

ଆନନ୍ଦପୁରରେ ବାତ୍ୟା ‘ୟସ’ର କରାଳ ରୂପ, ପ୍ରବଳ ବର୍ଷା ଓ ପବନ ଯୋଗୁଁ ଗଛ ପଡ଼ି ବୃଦ୍ଧ ମୃତ

ଆନନ୍ଦପୁର: ବାତ୍ୟା ୟସର କରାଳ ରୂପ ଆନନ୍ଦପୁରରେ ଦେଖିବାକୁ ମିଳିଛି । ୟସ ବାତ୍ୟାର ପ୍ରବଳ ବର୍ଷା ଓ ପବନ ଯୋଗୁଁ ଗଛ ପଡ଼ି ବୃଦ୍ଧ ମୃତ । ମୃତକ ଜଣକ ଆନନ୍ଦପୁର ବ୍ଲକ ପଞ୍ଚୁପୁଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଏକ ।

ଆଜି ସକାଳୁ ପୂର୍ଣ୍ଣଚନ୍ଦ୍ର ଅଲେଖ ମଠକୁ ଯାଉଥିବା ବେଳେ ହଠାତ ଏକ ଗଛ ତାଙ୍କ ଉପରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଘଷିପୁରା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.