ଡ୍ରାଇଭିଂ ସମୟରେ ଗୁଗଲ ନେଭିଗେସନ ମ୍ଯାପ୍ ବ୍ଯବହାର କରୁଛନ୍ତି କି ? ଖାଲି ହୋଇପାରେ ଆପଣଙ୍କ ପକେଟ୍

ଆପଣ କୌଣସି ଅଜଣା ଜାଗାକୁ ଯିବା ସମୟରେ କାହାକୁ ରାସ୍ତା ବିଷୟରେ ପଚାରିବା ବଦଳରେ ନେଭିଗେସନ ମ୍ଯାପ୍ ବ୍ଯବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ନଚେତ ଆପରଙ୍କ କଟିପାରେ ଚାଲାଣ। ଅନେକ ଥର ଆମେ କେଉଁ ଅଜଣା ଜାଗାକୁ ଯିବା ବେଳେ ଗୁଗଲ ନେଭିଗେସନକୁ ବ୍ଯବହାର କରିଥାଉ। ଏହି କାରଣରୁ ଏବେ ଗୁଗଲ ମ୍ୟାପର ବ୍ୟବହାର ବଢିବାରେ ଲାଗିଛି । କିନ୍ତୁ ଆପଣ ଯଦି ଡ୍ରାଇଭିଂ ସମୟରେ ହାତରେ ମୋବାଇଲ୍ ନେଇ ଗୁଗଲ ମ୍ୟାପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ହଇରାଣରେ ପଡିପାରନ୍ତି । ଆପଣଙ୍କ ପକେଟ୍ ଖାଲି ହୋଇପାରେ ।

ସାଧାରଣତଃ ଲୋକମାନେ ଡ୍ରାଇଭିଂ ସମୟରେ ଗୁଗଲ ମ୍ୟାପର ନେଭିଗେସନ ଅନ୍ କରିଦିଅନ୍ତି । ଏହା ଜରିଆରେ ଆପଣଙ୍କୁ ରୁଟ୍ ସମ୍ପର୍କରେ ଜଣାପଡେ । କିନ୍ତୁ ଯଦି ଆପଣଙ୍କ ଗାଡିରେ ମୋବାଇଲ୍ ହୋଲ୍ଡର ନାହିଁ ଏବଂ ଆପଣ ହାତରେ ମୋବାଇଲ ଧରିଛନ୍ତି ତେବେ ଆପଣଙ୍କର ୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିପାରେ ।

map 1
photo credit: Surfincloud

ନିକଟରେ ଦିଲ୍ଲୀରେ ଜଣେ ବ୍ୟକ୍ତି ଚାଲାଣ କଟିଥିଲା । କାର୍ ଚାଳକ ଯୁକ୍ତି ବାଢିଥିଲେ ଯେ ସେ କାହା ସହ ଫୋନରେ କଥା ହେଉନଥିଲେ । ତଥାପି ତାଙ୍କ ଚାଲାଣ କଟିଗଲା । ଏଥିରେ ଦିଲ୍ଲୀ ପୋଲିସ କହିଥିଲା ଯେ, ସେ ହାତରେ ଫୋନ୍ ଧରିଥିଲେ । ଏବଂ ଏହା ଟ୍ରାଫିକ୍ ନିୟମ ବିରୁଦ୍ଧ । ଏମିତି କଲେ ଡ୍ରାଇଭିଂ ଉପରୁ ଧ୍ୟାନ ହଟିବାର ଆଶଙ୍କା ରହିଛି ।

ତେବେ ଯଦି ଆପଣ ଡ୍ରାଇଭିଂ ସମୟରେ ଗୁଗଲ ମ୍ୟାପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ନିଜ ଗାଡିରେ ମୋବାଇଲ ହୋଲ୍ଡର ଫିଟ୍ କରାଇପାରେ । ମୋବାଇଲ୍ ହୋଲ୍ଡରରେ ଫୋନ୍ ଲଗାଇ ଗୁଗଲ ମ୍ୟାପ୍ ବ୍ୟବହାର କରିବାକୁ ନିୟମ ଭଙ୍ଗ ବୋଲି ଧରାଯାଏନି । ତେଣୁ ଆପଣ ଯଦି ଏମିତି କରୁଛନ୍ତି, ତେବେ ଧ୍ୟାନରେ ରଖନ୍ତୁ ଆଉ ଯେମିତି କେବେ ବି ଏମିତି କରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.