Below header

Vivo ର ସ୍ୱତନ୍ତ୍ର ଅଫର : ସ୍ମାର୍ଟ ଫୋନର ଡିସ୍‌ପ୍ଲେ ଭାଙ୍ଗିଲେ ମାଗଣାରେ ବଦଳାଇବ କମ୍ପାନୀ, ଏହା ସହ ମିଳିବ ୧୦ ହଜାର ଟଙ୍କାର ଲାଭ

ନୂଆଦିଲ୍ଲୀ :  ପ୍ରଖ୍ୟାତ ସ୍ମାର୍ଟଫୋନ୍‌ କମ୍ପାନୀ Vivo ଗ୍ରାହକଙ୍କୁ ଲୋଭନୀୟ ଅଫର ଦେଇଛି । ଯାହାଫଳରେ ଯଦି ଆପଣଙ୍କ ଫୋନ୍‌ର ଡିସ୍‌ପ୍ଲେ ଭାଙ୍ଗି ଯାଏ ତେବେ କମ୍ପାନୀ ମାଗଣାରେ ଡିସପ୍ଲେ ବଦଳାଇ ଦେବ । ଖାଲି ସେତିକି ନୁହେଁ ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଯାଏ ଅନ୍ୟ ଲାଭ ମିଳିବ ବୋଲି କମ୍ପାନୀ କହିଛି ।

ସୂଚନାନୁଯାୟୀ, କମ୍ପାନୀ ଏହି ଅଫର Vivo X60, Vivo V21 ଓ Vivo Y ସିରିଜରେ ଦେଉଛି । ଏହି ଅଫର ଅଗଷ୍ଟ ୧୧ ରୁ ୨୩ ତାରିଖ ଯାଏ ଜାରି ରହିବ । ଏହି ସୁବିଧା ପାଇଁ ଗ୍ରାହକଙ୍କୁ ଅମାଜନ ଓ ଫ୍ଲିପକାର୍ଟ ଭଳି ଇ କମର୍ସ ସାଇଟରୁ ନୂଆ ସ୍ମାର୍ଟ ଫୋନ କିଣିବାକୁ ହେବ । ଏଥି ସହିତ କମ୍ପାନୀ ଇଏମ୍‌ଆଇ ଅଫର, ଓ୍ଵାନଟାଇମ୍‌ ସ୍କ୍ରିନ ରିପ୍ଲେସମେଣ୍ଟ, ଫ୍ରି ଲାପ୍‌ଟପ ବ୍ୟାକ୍‌ଅପ ଓ ଏକ୍ସଟେଣ୍ଡେଡ ଓ୍ଵାରେଣ୍ଟି ଭଳି ଅନ୍ୟ ସୁନ୍ଦର ଅଫର ମଧ୍ୟ ଦେଇଛି । ଏକ୍ସଟେଣ୍ଡେଡ୍‌ ଓ୍ଵାରେଣ୍ଟିର ସମୟ ଅଗଷ୍ଟ ୨୫ ତାରିଖ ଯାଏ ଦିଆଯାଇଛି । ଏହି ସବୁ ଅଫର ର ମେନ୍‌ ଲାଇନ ଚ୍ୟାନେଲସ୍‌ ଜରିଆରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

ସ୍ମାର୍ଟ ଫୋନରେ ରହିଛି ଜବରଦସ୍ତ ଡିସକାଉଣ୍ଟ :

ଏଥି ସହିତ ଏହି ଫୋନରେ ଜବରଦସ୍ତ ଡିସକାଉଣ୍ଟ ମଧ୍ୟ ଦିଆଯାଇଛି । Vivo X60, Vivo V21 ଓ Vivo Y ସିରିଜରେ HDFC), ICICI ଓ Kotak Mahindra ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡରେ ୧୦ ପ୍ରତିଶତ କ୍ୟାସବ୍ୟାକ୍‌ ଦିଆଯାଉଛି । ବଜାଜ ଫିନସର୍ବ ଟ୍ରିପିଲ ଜିରୋ ଇଏମ୍‌ଆଇ ସ୍କିମ ଜରିଆରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଦିଆଯାଉଛି ।

ଏଥିସହିତ ୬ ମାସ ପାଇଁ Vivo X60, Vivo V21 ଓ Vivo Y ସିରିଜରେ ଓ୍ଵାନ ଟାଇମ୍‌ ସ୍କ୍ରିନ ରିପ୍ଲେସମେଣ୍ଟ ଅଫର ରହିଛି । ଫୋନ୍‌କୁ ନୋ କଷ୍ଟ ଇଏମ୍‌ଆଇ ଜରିଆରେ ମଧ୍ୟ କିଣାଯାଇପାରେ । ଏଥିସହିତ ୧୦ ହଜାର ଟଙ୍କା ଯାଏ ବେନିଫିଟ ମଧ୍ୟ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.