ବିବାହକୁ ମନେ ରଖିବା ପାଇଁ ଏହି କପଲ୍ କଲେ ଅଦ୍ଭୁତ ଏକ୍ସପେରିମେଣ୍ଟ, ଦେଖନ୍ତୁ ଭିଡିଓ

ଆଜିକାଲି ବିବାହରେ ଅଜବ ପ୍ରକାରର ରେକର୍ଡ କରିବାକୁ ଦମ୍ପତି ଚାହୁଛନ୍ତି। ଲୋକପ୍ରିୟ ହେବାକୁ ବରକନ୍ଯା ନିଜର ବିବାହ ଏବଂ ଲୁକ୍ ସହିତ ଅନେକ ପ୍ରକାର ଏକ୍ସପେରିମେଣ୍ଟ କରୁଛନ୍ତି। ସେହିପରି କିଛି ଲୋକ ରୋମାଞ୍ଚକ କରିବା ପାଇଁ ଅଦ୍ଭୁତ ପ୍ରକାରରେ ବିବାହ କରୁଛନ୍ତି। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଯେଉଁଥିରେ ଦମ୍ପତି ଦୁହେଁ ସମୁଦ୍ରରେ ବିବାହ କରୁଥିବା ଭିଡିଓ ଭାଇରଲ ହୋଇଛି।

ସୋସିଆଲ ମିଡିଆରେ ଏକ ୱେଡିଂ ଭିଡିଓ ଭାଇରଲ ହେଉଛି। ଏହି ଭିଡିଓରେ ବରକନ୍ଯା ନିଜ ସାଙ୍ଗ ଏବଂ କୁକୁର ସହିତ ସମୁଦ୍ର ମଧ୍ୟରେ ବୁଲୁଥିବା ନଜର ଆସୁଥିବା ବେଳେ ସମସ୍ତଙ୍କ ଲୁକ୍ ଭିନ୍ନ ରହିଛି। ବିବାହରେ ଯୋଗ ଦେଇଥିବା ସବୁ ଲୋକ ଅଜବ ପ୍ରକାରର ବୋଟରେ ବସିଥିବା ମଧ୍ୟ ନଜର ଆସିଛନ୍ତି।

ବରକନ୍ଯାଙ୍କ ଏହି ୱେଡିଂ ଭିଡିଓକୁ ସାଙ୍ଗମାନେ ଲାଇଭ ଷ୍ଟ୍ରିମିଂ ମଧ୍ୟ କରିଛନ୍ତି। ସମୁଦ୍ର ମଧ୍ୟରେ ବୋଟରେ ବସି ବିବାହର ସବୁ ରୀତିନୀତି ପାଳନ କରୁଛନ୍ତି। ସବୁକିଛି ଦେଖିବାକୁ ସଂପୂର୍ଣ୍ଣ ଭିନ୍ନ ଏବଂ ସୁନ୍ଦର ଲାଗୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.