Below header

ବୁର୍ଲାରୁ ଆସିଲା ଚିନ୍ତାଜନକ ଖବର: ଭୀମ୍‌ସାରରେ ଚିକିତ୍ସାଧୀନ ୨ ଶିଶୁ କୋଭିଡ ପଜିଟିଭ ଚିହ୍ନଟ

ସମ୍ବଲପୁର(କେନ୍ଯୁଜ୍): କୋଭିଡର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବା ଆଶଙ୍କା। ଏହା ଭିତରେ ବୁର୍ଲା ଭିମ୍‌ସାରରୁ ଆସିଲା ଚିନ୍ତାଜନକ ଖବର। ଭୀମ୍‌ସାରରେ ଚିକିତ୍ସା ସମୟରେ ଦୁଇଜଣ ଶିଶୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପରେ ସେମାନଙ୍କୁ ବୁର୍ଲା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଦୁଇ ଶିଶୁ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଜଣକ ବୟସ ପାଞ୍ଚବର୍ଷ ହେଇଥିବା ବେଳେ ଅନ୍ୟଜଣକ ସାତମାସର ବୋଲି ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି। ଦୁଇଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ଚିକିତ୍ସା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.