Airtel , JioFiber ଏବଂ TataSkyରେ ଶସ୍ତା ଦାମରେ ପାଇପାରିବେ ଅନଲିମିଟେଡ ଇଣ୍ଟରନେଟ ସୁବିଧା ସହ ଫ୍ରି ସବସ୍କ୍ରିପସନ, ଜାଣନ୍ତୁ

ଡିଜିଟାଲ ଯୁଗରେ ଆଜିକାଲି ସବୁକିଛି ଟେକ୍ନୋଲୋଜି ଆଧାରରେ ଚାଲିଛି । ଅନେକ କାମ ଘରେ ବସି କରି ହେଉଛି । କେବଳ ଅଫିସ କାମ ନୁହେଁ ବରଂ ଆପଣ ଅନାଲାଇନ ସାହାଯ୍ୟରେ ସପିଂଠୁ ଆରମ୍ଭ କରି ଖାଦ୍ୟ ପାର୍ସଲ ଘର ପାଇଁ ମାର୍କେଟିଂ ମଧ୍ୟ କରିପାରୁଛନ୍ତି । କିନ୍ତୁ କିଛି ସମୟରେ ନେଟ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । କେତେବେଳେ ନେଟୱାର୍କ ପ୍ରୋବେଲମ ରହୁଛି ତ କେତେବେଳେ ନେଟ ସ୍ପିଡ କମିଯାଉଛି । ତେଣୁ ଏହି ସମୟରେ ୱାର୍କ ଫର୍ମ ହୋମ କରୁଥିବା ଲୋକ ଅନେକ ସମସ୍ୟାର ସମ୍ମୁଖିନ କରିଥାନ୍ତି ।

ମହାମାରୀ ସମୟରେ ଅନେକ ଲୋକ ଘରୁ କାମ କରୁଥିବା ବେଳେ ଦୈନିକ ଡାଟା ବାଲାନ୍ସ କମ୍ ପଡ଼ିଯାଉଛି । ପ୍ରିପେଡ ଓ ପୋଷ୍ଟ ପେଡ ଅଫର ମଧ୍ୟ ଲୋକଙ୍କ ପାଇଁ କମ ପଡୁଛି । ତେବେ ଏଥିପାଇଁ ବ୍ରଡବ୍ୟାଣ୍ଡ ନେଇ ଆସିଛି ଦମଦାର ଅଫର । କେବଳ ମାତ୍ର ୧୦୦୦ ଟଙ୍କାରେ । ଏଥିରେ ଆପଣ 200 Mbps  ସ୍ପିଡର ନେଟ ପାଇପାରିବେ । ଏହି ଦାମ ଉଭୟ ଏୟାରଟେଲ ଏବଂ ଜିଓ ଫାଇବରରେ ଲାଗୁ କରାଯାଇଛି । ଏହାପୂର୍ବରୁ Tata Sky  ଏବଂ Government telco BSNL  ଗ୍ରାହକଙ୍କୁ ୪୪୯ଟଙ୍କାରେ ବ୍ରଡବ୍ୟାଣ୍ଡ ପ୍ଲାନ ଯୋଗାଉଛି । ତେବେ ନୂଆ ପ୍ଲାନରେ ଇଣ୍ଟରନେଟ ସର୍ଭିସ ସମ୍ପର୍କରେ ଚାଲନ୍ତୁ ଜାଣିବା ।

Airtel XStream Rs 499 ବ୍ରଡବ୍ୟାଣ୍ଡ ପ୍ଲାନ:

ଏହି ପ୍ଲାନରେ ଅନଲିମିଟେଡ ଇଣ୍ଟରନେଟ ସୁବିଧା ରହିଥିବା ବେଳେ ଏହାର ସ୍ପିଡ 40 Mbps ରହିଛି । ଆଡିସନାଲ ବେନିଫିଟରେ ଏୟାରଟେଲର Airtel XStream, Wynk Music , Shaw academy ରେ ଫ୍ରି ସବସ୍କ୍ରିପସନ ମିଳିବ । ଏହାସହ Voot Basic, Eros Now, Hungama Play, Shemaroo M and Ultra ବ୍ୟବହାର ପାଇଁ ଆକ୍ସେସ ମିଳିବ ।

Airtel XStream Rs 799  ବ୍ରଡବ୍ୟାଣ୍ଡ ପ୍ଲାନ:

ଏୟାରଟେଲର ପ୍ରିମିୟମ ୭୯୯ ଟଙ୍କା ପ୍ଲାନରେ ଅନଲିମିଟେଡ ଇଣ୍ଟରନେଟ ସୁବିଧା ସହ ଏହାର ସ୍ପିଡ 70 Mbps ରହିବ । ଆଡିସନାଲ ବେନିଫିଟରେ ଏୟାରଟେଲର Airtel XStream, Wynk Music, Shaw academyରେ ଫ୍ରି ସବସ୍କ୍ରିପସନ ମିଳିବ ।

Airtel XStream Rs 999 ବ୍ରଡବ୍ୟାଣ୍ଡ ପ୍ଲାନ:

ଏହି ପ୍ଲାନରେ ଅନଲିମିଟେଡ ନେଟ୍ ସ୍ପିଡ  200 Mbps ରହିବ । ଆଡିସନାଲ ବେନିଫିଟରେ ଏୟାରଟେଲର Airtel XStream, Wynk Music, Shaw academyରେ ଫ୍ରି ସବସ୍କ୍ରିପସନ ମିଳିବ ।

JioFiber Rs 399 ବ୍ରଡବ୍ୟାଣ୍ଡ ପ୍ଲାନ:

ଜିଓର ଏହି ପ୍ଲାନରେ ଅନଲିମିଟେଡ ନେଟ ସ୍ପିଡ 30Mbps speed ରହିବ । ଅନଲିମିଟେଡ କଲ ଅଫର ମଧ୍ୟ ରହିବ । କିନ୍ତୁ  OTT ସବସ୍କ୍ରିପସନ ମିଳିବ ନାହିଁ ।

JioFiber Rs 699 ବ୍ରଡବ୍ୟାଣ୍ଡ ପ୍ଲାନ:

ଏହି ପ୍ଲାନରେ ଅନଲିମିଟେଡ ନେଟ ସ୍ପିଡ  60Mbps ରହିବ । ଏହି ପ୍ଳାନରେ ମଧ୍ୟ OTT ସବସ୍କ୍ରିପସନ ମିଳିବ ନାହିଁ । କିନ୍ତୁ ଅନଲିମିଟେଡ କଲ ଅଫର ସୁବିଧା ମିଳିବ ।

JioFiber Rs 999 ବ୍ରଡବ୍ୟାଣ୍ଡ ପ୍ଲାନ :

ଏହି ପ୍ଲାନରେ ନେଟ ସ୍ପିଡ 150Mbps ରହିବ । ଏଥିରେ 14 OTT apps ସବସ୍କ୍ରିିପସନ ସୁବିଧା ମିଳିବା ସହ Amazon Prime, Disney+ Hotstar, Sony LIV, Zee5, Alt Balaji  ଆସେସ୍ ମିଳିବ ।

ଏହାସହ TataSky ର ୩ମାସ ପ୍ଲାନ 50 Mbps , 100 Mbps , 150 Mbps ପାଇଁ ଯଥାକ୍ରମେ ୨୦୯୭ଟଙ୍କା, ୨୭୦୦ ଟଙ୍କା ଏବଂ ୩୦୦୦ ଟଙ୍କାର ସୁବିଧା ରହିବ ।

ଗତବର୍ଷରୁ କରୋନା ମହାମାରୀ ସାରା ଦୁନିଆକୁ ନିଜ ଅକ୍ତିଆରରେ ରଖିଛି । ସବୁ ବ୍ୟବସ୍ଥା ଉପରେ ମହାମାରୀର ଖରାପ ପ୍ରଭାବ ପଡ଼ିଛି । ଲୋକମାନେ ନିଜ ଜୀବନ ଓ ଜୀବିକା ମଧ୍ୟରେ ଫସି ଅନେକ ହନ୍ତସନ୍ତ ହେଉଛନ୍ତି । ମହାମାରୀ ଡରରେ ଲୋକମାନେ ବାହାରକୁ ଯାଇପାରୁନାହାନ୍ତି । ଯାହା କାରଣରୁ ଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହେଉଛି । କିନ୍ତୁ ଏହାରି ମଧ୍ୟରେ ଡିଜିଟାଲ ବ୍ୟବସ୍ଥାରେ କାମ କରୁଥିବା ଲୋକ କିଛି ମାତ୍ରାରେ ଅସୁବିଧାରୁ ବର୍ତ୍ତି ଯାଇଛନ୍ତି । ସେମାନେ ଘରେ ବସି କାମ କରି ଅର୍ଥ ରୋଜଗାର କରିପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.