Below header

ଜୁନ ୨୪ରେ ଲଞ୍ଚ ହେବ Vivo V21e 5G , ଭଲ ଫିଚର୍ସ ସହ ଦାମ ରହିଛି ସବୁଠୁ ଶସ୍ତା

Vivoର ନୂଆ ସ୍ମାର୍ଟଫୋନ Vivo V21e 5G ଖୁବ ଶୀଘ୍ର ହେବ ଲଞ୍ଚ । ଆସନ୍ତା ୨୪ ଜୁନରେ ଏହି ଫୋନ ବଜାର ପ୍ରବେଶ କରିବ । ସନ୍ଧ୍ୟା ୫ଟାରେ ଭାରତରେ ଏହା ଲଞ୍ଚ ହେବ । ଏହାକୁ ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଟ୍ୱିଟର ଆକାଉଣ୍ଟରେ ଏନେଇ ପୋଷ୍ଟ ମଧ୍ୟ କରାଯାଇଛି । ଇ-କମର୍ସ ପୋର୍ଟାଲ flipkart ଏହି ଫୋନର କିଛି ଫିଚର୍ସକୁ ଟିଜ କରିବା ପାଇଁ ମାଇକ୍ରୋସାଇଟ ତିଆରି କରିଛି । ତେବେ ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ ।

ଏହା ଅଫିସିଆଲ ଲଞ୍ଚ ହେବା ପୂର୍ବରୁ flipkart ରେ ଲିଷ୍ଟେଡ ହୋଇଯାଇଛି । ଏହାଦ୍ୱାରା ଫୋନ ସମ୍ପର୍କିତ ପ୍ରାୟ ସୂଚନା ମିଳିଛି । Vivoର ଏହି ସ୍ମାର୍ଟଫୋନରେ 32 ମେଗାପିକ୍ସଲ ସେଲଫି କ୍ୟାମେରା ରହିଛି । ସ୍ମାର୍ଟଫୋନରେ 8 ଜିବି ର‌୍ୟାମ ସହ 44W ଫ୍ଲାସଚାର୍ଜ ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି । 5G ସପୋର୍ଟ ସିଷ୍ଟମ ମଧ୍ୟ ରହିଛି । ଦୁଆଲ କ୍ୟାମେରା ସେଟଅପରେ 64 ମେଗାପିକ୍ସଲର ମେନ କ୍ୟାମେରା ରହିବ । 4,000 mAh ବ୍ୟାଟେରୀ ସପୋର୍ଟ ମଧ୍ୟ ରହିଛି ।

ଦାମକୁ ନଜର କଲେ ଏହା ୨୪,୯୯୦ ଟଙ୍କା ପର୍ଯ୍ୟନ୍ତ ରହିପାରେ । ତେବେ ଏହାକୁ ନେଇ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ ।ଏହି ଫୋନରେ 128 ଜିବି ଷ୍ଟୋରେଜ ଭାରିଏଣ୍ଟ ସହ 8 ଜିବି ର‌୍ୟାମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.