ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ, ଜଣେ ଗିରଫ

ଯାଜପୁର ଟାଉନ୍(କେନ୍ଯୁଜ୍): ବାଂଲାଦେଶର ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ । ଯୁବତୀ ଜଣଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀ ଜଣଙ୍କୁ ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ରଖାଯାଇଛି । ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅଜୟ ଦାସ ନାମକ ବ୍ୟକ୍ତି ଯୁବତୀ ଜଣଙ୍କୁ କୋଲକାତାରେ ଏକ ହୋଟେଲରେ ଦେହ ବ୍ୟବସାୟ କରିବା ପାଇଁ ବିକ୍ରି କରିଦେଇଥିଲେ । ପରେ ଅଜୟଙ୍କ ପୁଅ ସୁରଜ ସହିତ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟ ସୁରଜ ଓ ଯୁବତୀ ବାଙ୍ଗାଲୋରରେ ଦୀର୍ଘ ବର୍ଷେ କାଳ ରହିଥିଲେ । ଏକଥା ବାପା ଅଜୟ ଜାଣିବା ପରେ ପୁଅ ଏବଂ ଯୁବତୀଙ୍କୁ ଆଣି ଧର୍ମଶାଳା ଅଂଚଳରେ ଜଣଙ୍କ ଘରେ ରଖିଥିଲେ ।

ଭୟରେ ଯୁବତୀ ଜଣଙ୍କ ସବୁକଥା ଘର ମାଲିକଙ୍କୁ କହିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଧର୍ମଶାଳା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର ୱାନ ଷ୍ଟପ ସକ୍ଷୀ କେନ୍ଦ୍ରରେ ଛାଡିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜୟ ଦାସଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୋଲିସ ଯୁବତୀଙ୍କୁ ଅଧିକ ପଚରାଉଚରା କରିବା ସହିତ ତଦନ୍ତ ଜାରି ରଖିଥିବା ବେଳେ ଯୁବତୀ ଜଣଙ୍କ ନିଜ ଘରକୁ ଚାଲିଯିବାକୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.