ଦୁନିଆର ପ୍ରଥମ ମାତୃସତ୍ତା ସୋସାଇଟି, ଯେଉଁଠି ପୁରୁଷମାନଙ୍କ ରାଜୁତି ଦେଖିବାକୁ ମିଳେ ନାହିଁ

ଦୁନିଆର ଅଧିକାଂଶ ସ୍ଥାନରେ ପିତୃସତ୍ତା ଦେଖିବାକୁ ମିଳିଥାଏ । ଏହା ସେହି ସ୍ଥାନ ଯେଉଁଠି ରାଜନୀତିକ , ଆର୍ôଥକ, ସମାଜିକ ଭାବେ ପୁରୁଷଙ୍କ ରାଜୁତି ଚାଲିଥାଏ । ମହିଳାମାନେ ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି କର୍ମକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ପୁରୁଷଙ୍କ ଅଧିନ ରହିଥାନ୍ତି । କିନ୍ତୁ ଦୁନିଆରେ ଏମିିତି ଏକ ସ୍ଥାନ ଅଛି ଯେଉଁଠି ପୁରୁଷଙ୍କ ରାଜୁତି ଦେଖିବାକୁ ମିଳିନଥାଏ ।

ୟୁରୋପ ଏକ ଦ୍ୱୀପରେ ପୁରୁଷ କିମ୍ବା ତାଙ୍କ ରାଜୁତି ଦେଖିବାକୁ ମିଳିନଥାଏ । ଏଷ୍ଟୋନିଆର ବଲ୍ଟିକ ସାଗର କୂଳରେ କିହ୍ନୁ ଦ୍ୱୀପ । ଏହି ଦ୍ୱୀପରେ ରହିଛି ୪ଟି ଗାଁ । ଏଠାରେ ପାଖାପାଖି ୭୦୦ରୁ ଅଧିକ ଲୋକ ଏହି ଗାଁରେ ବାସ କରନ୍ତି । ଏହା ଏତେ ମାତ୍ରାରେ ସମୃଦ୍ଧ ହୋଇ ନଥିଲେ ମଧ୍ୟ ଏଠାକୁ ଅନେକ ଟୁରିଷ୍ଟ ବୁଲିବାକୁ ଆସିଥାନ୍ତି । ସବୁଠୁ ବଡ଼ କଥା ହେଉଛି ଏଠାରେ ପୁରୁଷ ଦେଖିବାକୁ ମିଳନ୍ତି ନାହିଁ । ଏଠାରେ କେବଳ ମହିଳା ମାନେ ଶାସନ ଚଲାନ୍ତି ।

3i52
pc: aajtak

ଏହାକୁ ୟୁରୋପର ଏକମାତ୍ର ମାତୃସତ୍ତା ସୋସାଇଟି ରୂପେ ମନାଯାଏ । ଏହାକୁ ମହିଳାଙ୍କ ଦ୍ୱୀପ ମଧ୍ୟ କୁହାଯାଏ । ୧୯ ଶତାବ୍ଦୀରୁ ଏଠାରେ ପୁରୁଷଙ୍କ ସଂଖ୍ୟା କମିବାରେ ଲାଗିଥିଲା । କାମରେ ଯାଉଥିବା ପୁରୁଷ ମାସ ମାସ ଧରି ଘରୁ ବାହାରେ ରହିଥାନ୍ତି । ତେବେ ଏହାପରେ ମହିଳା ମାନଙ୍କ ନେତୃତ୍ତ୍ୱରେ ଏହା ମାତୃସତ୍ତା ସୋସାଇଟି ଭାବେ ତିଆରି ହେଲା । ଏଠାରେ ପୁରୁଷଙ୍କୁ ଖୁବ କମ ପ୍ରାଧାନ୍ୟ ଦିଆଯାଏ । ପ୍ରାଚୀନ ସଂସ୍କୃତିକୁ ଜୀବିତ ରଖି ଏଠାରେ ମହିଳା ମାନେ ନିଜ ଘର ଚଳାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.