ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପାଇଁ ଖୁସି ଖବର। ବୀରେନ୍ଦ୍ର ଲାକ୍ରାଙ୍କୁ ଉପ ଅଧିନାୟକ ଦାୟିତ୍ୱ। ଡିଫେଣ୍ଡର ଭାବେ ଖେଳୁଛନ୍ତି ବୀରେନ୍ଦ୍ର ଲାକ୍ରା । ଭାରତୀୟ ପୁରୁଷ ହକି ଟିମ୍ରେ ବୀରେନ୍ଦ୍ର ଲାକ୍ରାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ମନପ୍ରୀତ ସିଂହଙ୍କୁ ପୁରୁଷ ହକି ଟିମ୍ର ଅଧିନାକ ଦାୟିତ୍ୱ ପ୍ରଦାନ କରାଯାଇଛି। ଟୋକିଓ ଅଲିମ୍ପିକ୍ ପାଇଁ ୧୬ ଜଣିଆ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଗତକାଲି ଦୀପଗ୍ରେସ ଏକ୍କାଙ୍କୁ ମହିଳା ଦଳର ଉପ ଅଧିନାୟକ ଦାୟିିତ୍ୱ ମିଳିଥିଲା ।