ଭଦ୍ରକ ବନ୍ତ ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ତାଟି କବାଟ ଦେଇ ଘରେ ରହିଛନ୍ତି ଲୋକେ

ଭଦ୍ରକ: ଗାଁ ମୁହାଁ ହାତୀପଲ । ଭଦ୍ରକ ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ଗ୍ରାମବାସୀ। ଭଦ୍ରକ ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଭୟରେ ଗାଁରେ ତାଟି କବାଟ ପଡିଛି । ଗତକାଲି ରାତିରୁ ଗୋଟିଏ ହାତୀ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁରେ ପଶିଛି। ହାତୀଟିକୁ ଲୋକମାନେ ସକାଳେ ଦେଖିବା ପରେ ଭୟଭୀତ ହେବା ସହ ବାହାରକୁ ବାହାରି ପାରୁନାହାନ୍ତି।

ତେବେ ଏଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ, ଘଟଣା ସ୍ଥଳରେ ଫରେଷ୍ଟ ଅଫିସର ପହଞ୍ଚି ନଜର ରଖିଛନ୍ତି। ହାତୀ ଟି ସ୍ଥାନୀୟ ହଦଗଡ଼ ଜଙ୍ଗଲରୁ ଆସିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.