Below header

ଫୋନ୍‌ ଗ୍ୟାଲେରୀରୁ Whatsappର ଫଟୋ ଲୁଚାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ହ୍ଵାଟ୍ସଆପ୍‌ ଏବେ ସାରା ଦୁନିଆର କୋଟି କୋଟି ଲୋକଙ୍କ ମନପସନ୍ଦର ଆପ୍‌ ଭାବେ ବ୍ୟବହୃତ ହେଉଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ ଏହି ମେସେଜିଂ ଆପ୍‌ ବ୍ୟବହାର କରାଯାଉଛି। ହ୍ଵାଟ୍ସଆପ୍‌ କମ୍ପାନୀ ମଧ୍ୟ ବ୍ୟବହାରକାରୀଙ୍କ ପସନ୍ଦକୁ ଦୃଷ୍ଟି ରଖି ଏହି ଆପ୍‌ର କିଛି ଫିଚରକୁ ନିୟମିତ ବ୍ୟବଧାନରେ ଅପ୍‌ଡେଟ୍‌ କରୁଛି। ତେବେ ହ୍ଵାଟ୍ସଆପ୍‌ରେ ଏମିତି ଅନେକ ଫିଚର ରହିଛି, ଯାହାର ବ୍ୟବହାର ଦ୍ୱାରା ଆପଣ ଚାଟିଂରେ ଦୁଇଗୁଣା ଅଧିକ ମଜା ଉଠାଇପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ;

ଏହାସହ ପଢନ୍ତୁ: Vodafone ୩୯୯ ଟଙ୍କାର ପ୍ଲାନ୍‌ରେ ଏବେ ମିଳିବ ୧୫୦ଜିବି ଅତିରିକ୍ତ ଡାଟା, ଜାଣନ୍ତୁ କେଉଁ ଗ୍ରାହକ ଉଠାଇପାରିବେ ଫାଇଦା

ଚାଟ୍‌ରୁ ହଟାନ୍ତୁ ଫଟୋ ଓ ଭିଡିଓ:

ହ୍ଵାଟ୍ସଆପ୍‌ରେ ଆପଣ ଟେକ୍ସଟ୍‌ ମେସେଜ୍‌ ସହ ଫଟୋ, ଭିଡିଓ ଓ GIF ପଠାଇଥିବା ବା ରିସିଭ୍‌ କରୁଥିବା ମିଡିଆ ଫାଇଲକୁ କୌଣସି କଣ୍ଟାକ୍ଟ ବା ଗ୍ରୁପ୍‌ରୁ ସହଜରେ ଡିଲିଟ୍‌ କରିପାରିବେ। ଏହାଦ୍ୱାରା ଫୋନ୍‌ର ସ୍ପେସ୍‌ ମଧ୍ୟ ବୃଦ୍ଧି ପାଇବ। ଏଥିପାଇଁ ପ୍ରଥମେ ଆପଣଙ୍କୁ ଫୋନ୍‌ର ସେଟିଂରେ ଯାଇ ଡାଟା ଆଣ୍ଡ ଷ୍ଟୋରେଜ୍‌ ଅପ୍‌ସନ୍‌କୁ ଯାଆନ୍ତୁ। ଏବେ ଷ୍ଟୋରେଜ୍‌ ଉପରେ ଟ୍ୟାପ୍‌ କରନ୍ତୁ। ସମସ୍ତ ମିଡିଆ ଚାଟର ଏକ ଲିଷ୍ଟ ଆପଣଙ୍କୁ ଦେଖାଇବ। ଏଥିରେ ଆପଣ ସବୁଠାରୁ ଅଧିକ ମେମୋରୀ ବ୍ୟବହୃତ ହୋଇଥିବା କଣ୍ଟାକ୍ଟ ଦେଖିପାରିବେ। ଏହି ମେରୋରୀ ଫାଙ୍କା କରିବାକୁ ଚାହୁଁଥିଲେ ତଳେ ଥିବା ଫ୍ରି ଅଫ୍‌ ସ୍ପେସ୍‌ କ୍ଲିକ୍‌ କରି ଫଟୋ ଡିଲିଟ୍‌ କରିପାରିବେ।

ଗ୍ୟାଲେରୀରୁ ଲୁଚାନ୍ତୁ ହ୍ଵାଟ୍ସଆପ୍‌ ଫଟୋ ଓ ଭିଡିଓ:

ସବୁ ୟୁଜରଙ୍କ ଚାଟରେ କେହି ନା କେହି ଏମିତି ବ୍ୟକ୍ତି ଥାନ୍ତି ଯିଏ ପଠାଇଥିବା ଫଟୋ ଓ ଭିଡିଓକୁ ଲୁଚାଇ ରଖିବା ଆବଶ୍ୟକତା ରହିଥାଏ। ସାଧାରଣ ୟୁଜରମାନେ ଏଭଳି ଫଟୋ ଓ ଭିଡିଓକୁ ଫୋନ୍‌ରୁ ଡିଲିଟ୍‌ କରିଦେଇଥାନ୍ତି। କିନ୍ତୁ ହ୍ଵାଟ୍ସଆପ୍‌ରେ ତାହାକୁ ଗ୍ୟାଲେରୀରୁ ଲୁଚାଇ ରଖିବା ଭଳି ସୁବିଧା ମଧ୍ୟ ଦିଆଯାଇଛି। ଏଥିପାଇଁ ଚାଟ୍‌କୁ ଯାଇ ଗ୍ରୁପ୍‌ କିମ୍ବା କଣ୍ଟାକ୍ଟ ଉପରେ କ୍ଲିକ୍‌ କରନ୍ତୁ। ଏବେ ମିଡିଆ ଭିଜିବିଲିଟି ଅପ୍ସନ୍‌ ଆସିବ। ଏହାକୁ ନୋ କରନ୍ତୁ। ଏଭଳି ସେଟିଂ କରିବା ପରେ କୌଣସି ମିଡିଆ ଫାଇଲ ଆଉ ଗ୍ୟାଲେରୀରେ ଦେଖାଇବନାହିଁ।

୮ ଘଣ୍ଟା ଯାଏଁ ସେୟାର କରନ୍ତୁ ଲାଇଭ୍‌ ଲୋକେସନ୍‌:

ଏବେ ହ୍ଵାଟ୍ସଆପ୍‌ର ବ୍ୟବହାର ଲୋକେସନ୍‌ ସେୟାର କରିବା ପାଇଁ ମଧ୍ୟ କରାଯାଉଛି। ଏଥିପାଇଁ ଚାଟ୍‌ରେ ଦିଆଯାଇଥିବା ଆଟାଚ୍‌ମେଣ୍ଟ ଅପ୍ସନ୍‌କୁ ଯିବାକୁ ହୋଇଥାଏ। ସେଠାରେ ସେୟାର ଲୋକେସନ୍‌ ଅପସନ୍‌ ରହିଥାଏ। ଏହା ଉପରେ ଟ୍ୟାପ୍‌ କରିବା ଦ୍ୱାରା ମୋବାଇଲ୍‌ ସ୍କ୍ରିନ୍‌ ଉପରେ ସେୟାର ଲାଇଭ୍‌ ଲୋକେସନ୍‌ର ଅପ୍ସନ୍‌ ଆସିବ। ଲାଇଭ୍‌ ଲୋକେସନ୍‌କୁ ଆପଣ ୧୫ ମିନିଟ୍‌, ୧ ଘଣ୍ଟା କିମ୍ବା ୮ ଘଣ୍ଟା ପାଇଁ ସେୟାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.