ନିଜ ଘରର ଚାକରକୁ କେତେ ଦରମା ଦେଇଥାନ୍ତି ଅମିତାଭ ବଚ୍ଚନ, ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରସିଦ୍ଧ ହିନ୍ଦୀ ସାହିତ୍ୟକାର ହରିବଂଶ ରାୟ ବଚ୍ଚନଙ୍କ ସୁପୁତ୍ର ଅମିତାଭ ବଚ୍ଚନ ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା ଅଟନ୍ତି ।  ୧୯୭୦ ଦଶକ ସମୟରେ ସେ ଲୋକପ୍ରିୟତା ହାସିଲ କରିଥିଲେ ଓ ସେହି ସମୟରୁ ସେ ଭାରତୀୟ ସିନେମା ଜଗତରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଜଣାଶୁ । ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଅନେକ ପୁରସ୍କାର ଜିତି ସାରିଛନ୍ତି । ଯେଉଁଥିରେ ଦାଦାସାହେବ ଫାଲକେ ପୁରସ୍କାର, ତିନି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ଦ୍ୱାଦଶ ଫିଲ୍ମଫେୟାର ପୁରସ୍କାର ଭଳି ଅନେକ ଶ୍ରେଷ୍ଠ ପୁରସ୍କାର ରହିଛି । ତାଙ୍କର ନାମ ସର୍ବାଧିକ ସର୍ବଶ୍ରେଷ୍ଠ ଅଭିନେତା ଫିଲ୍ମଫେୟାର ଆୱାର୍ଡ ରେକର୍ଡରେ ମଧ୍ୟ ରହିଛି । ଅଭିନୟ ବ୍ୟତୀତ ଅମିତାଭ ପାର୍ଶ୍ଵଗାୟକ, ଫିଲ୍ମ ନିର୍ମାତା, ଟିଭି ପ୍ରସ୍ତୁତକର୍ତ୍ତା ଏବଂ ଭାରତୀୟ ସଂସଦର ଏକ ନିର୍ବାଚିତ ସଦସ୍ୟ ରୂପେ ୧୯୮୪ ରୁ ୧୯୮୭ ପର୍ଯ୍ୟନ୍ତ ରହି ସାରିଛନ୍ତି । ସେ ଲୋକପ୍ରିୟ ଟିଭି ଶୋ ‘କୌନ ବନେଗା କରୋଡ଼ପତି’ରେ ହୋଷ୍ଟର ଭୂମିକାକୁ ଅତି ନିଖୁଣ ଭାବେ ଅଭିନୟ କରିଥାନ୍ତି। ଏହି ଶୋ ରେ ତାଙ୍କ ଦ୍ୱାରା କୁହାଯାଉଥିବା ‘ଦେଵିୟୋ ଔର ସଜ୍ଜନୋ’ ବହୁତ ଲୋକପ୍ରିୟ ଅଟେ ।

ଏହାତ ଗଲା ଅମିତାଭ ବଚ୍ଚନଙ୍କ ରିଲ ଲାଇଫର କଥା । ବର୍ତ୍ତମାନ ଆମେ ଆସିବା ଅମିତାଭଙ୍କ ରିଅଲ ଲାଇଫ ଉପରକୁ । ପ୍ରକୃତ ଜୀବନରେ ଅମିତାଭ ବଚ୍ଚନ ଜଣେ ବହୁତ ଭଲ ବ୍ୟକ୍ତିତ୍ୱ । ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଅମିତାଭଙ୍କ ଘରେ କେତେଜଣ ଚାକର କାମ କରନ୍ତି ଓ ତାଙ୍କର ଦରମା କେତେ ? ସୂଚନା ଅନୁଯାୟୀ ଅମିତାଭ ବଚ୍ଚନଙ୍କ ଘରେ ୧୨ ଜଣ ଚାକର କାମ କରନ୍ତି ଏବଂ ତାଙ୍କର ଦରମା ମାସକୁ ୨୫୦୦୦ ପାଖାପାଖି ହୋଇଥାଏ ।

ଏହାସହ ପଢନ୍ତୁ ଝିଅ ସାମ୍ନାରେ ଦ୍ଵିତୀୟ ବିବାହ କଲେ ଗୋବିନ୍ଦା, ସୋସିଆଲ ମିଡିଆରେ ଭାଇରଲ ହେଲା ଫଟୋ

ସାଧାରଣତଃ ଆପଣମାନେ ଜାଣିଥିବେ ଯେ ଅମିତାଭ ବଚ୍ଚନଙ୍କୁ ବଲିଉଡର ସବୁଠାରୁ ବଡ଼ ଓ ସବୁଠାରୁ ଧନୀ ଅଭିନେତାଙ୍କ ମଧ୍ୟରେ ସାମିଲ କରାଯାଇଥାଏ । ଅଧିକାଂଶ ଗରିବ ଲୋକଙ୍କୁ ବହୁତ ସାହାଯ୍ୟ କରୁଥିବା ଜଣେ ମଣିଷ ହେଉଛନ୍ତି ଅମିତାଭ ବଚ୍ଚନ । ହୁଏତ ଆପଣମାନେ ଜାଣିନଥିବେ ଯେ ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସହରରେ ଏକ ସଂସ୍ଥା ରହିଛି, ଯେଉଁଠି ଅତ୍ୟଧିକ ଗରିବ ଲୋକ ଯାହାଙ୍କ ପାଖେ ରହିବାକୁ ଘରଖଣ୍ଡେ ନାହିଁ ସେମାନଙ୍କୁ ଅମିତାଭ ବଚ୍ଚନ ରହିବା ପାଇଁ ଘର ଓ ଖାଇବା ପାଇଁ ଖାଦ୍ୟ ଦେଉଛନ୍ତି । ଏହା ବ୍ୟତୀତ କୌନ ବନେଗା କରୋଡ଼ପତିରେ ମଧ୍ୟ ଅନେକ ଲୋକ ଆସି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.