ବ୍ୟାଙ୍କ୍ ବଦଳାଇଲା ଲୋନ ଦେବାର ତରିକା, ଏବେ ଆଉ ଦରମା ନୁହେଁ ଏହି ସ୍କୋର ଦେଖାଇ ନେଇପାରିବେ ଋଣ

ଯଦି ଆପଣ ଘର କିଣିବା ପାଇଁ ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ କିଛି ସରକାରୀ ବ୍ୟାଙ୍କ୍ ଲୋନ ଦେବା ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ବ୍ୟାଙ୍କ୍ ଏବେ ଲୋନ ପାଇଁ ଦରମା ବଦଳରେ କ୍ରେଡିଟ୍ ସ୍କୋରର କାଗଜପତ୍ର ଦେଉଛି। ବ୍ୟାଙ୍କ୍ ନୂଆ ହୋମ ଲୋନ୍ ପାଇଁ କ୍ରେଡିଟ କାର୍ଡର ଉପଯୋଗ କରିବ୧। ଯଦି ଆପଣଙ୍କର କ୍ରେଡିଟ ସ୍କୋର ଭଲ ରହିଥିବ ତେବେ ଆପଣଙ୍କୁ ହୋମ ଲୋନ କମ୍ ସୁଧରେ ମିଳିବ। କିନ୍ତୁ ଯଦି ଆପଣଙ୍କ କ୍ରେଡିଟ ସ୍କୋର ଖରାପ ଥିବ କମ୍ ରହିଥିବ ତେବେ ଆପଣଙ୍କୁ ଅଧିକ ସୁଧର ହୋମ ଲୋନ୍ ମିଳିବ।

bank_loanଏହି ତିନି ବ୍ୟାଙ୍କ୍ କରିଛନ୍ତି ଏହି ନିୟମର ଆରମ୍ଭ

ତିନିଟି ସରକାରୀ ବ୍ୟାଙ୍କ ଯଥା ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ୍ ନିଜ ଗ୍ରାହକଙ୍କୁ କ୍ରେଡଟ୍ ସ୍କୋର ଆଧାରରେ ଲୋନ ଦେବା ଆରମ୍ଭ କରିସାରିଲେଣି। ଏହି ତିନି ବ୍ୟାଙ୍କ କ୍ରେଡିଟ୍ ଇନଫରମେସନ ବ୍ୟୁରୋ ଅଫ୍ ଇଣ୍ଡିଆ ସହିତ ଥିବା କ୍ରେଡିଟ୍ ସ୍କୋର ସ୍ଲାବ ଆଧାରରେ ଲୋନ୍ ଦେବ।

ଏହାସହ ପଢନ୍ତୁ : ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

କ୍ରେଡିଟ୍ ସ୍କୋର ହ୍ରାସ ହେଲେ ବଢ଼ିଯିବ ପ୍ରିମିୟମ୍‌

ଯଦି ଲୋନ ନେଉଥିବା ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ୭୬୦ ରୁ ତଳକୁ ଚାଲିଯାଏ ତେବେ ସୁଧ ଅଧିକ ଦେବାକୁ ହେବ। ଯଦି କୌଣସି ଆଧାରକର୍ତ୍ତାଙ୍କ ସିଭିଲ ସ୍କୋର ୫୦ ଅଙ୍କରୁ ଅଧିକ ତଳକୁ ଖସୁଥାଏ ତେବେ ସିଣ୍ଡିକେଟ ବ୍ୟାଙ୍କ୍ ପ୍ରିମିୟମ୍ ବଢ଼ାଇବା ପାଇଁ ନିଷ୍ପିତି ନେଇଛି।

Credit-Scoreକଣ ଏହି କ୍ରେଡିଟ୍ ସ୍କୋର

ସାଧାରଣ ଭାବରେ କହିବାକୁ ଗଲେ କ୍ରେଡିଟ୍ ସ୍କୋରକୁ ସିଭିଲ ସ୍କୋର ମଧ୍ୟ କୁହାଯାଏ। ଗ୍ରାହକଙ୍କ ସିଭିଲ ସ୍କୋର କ୍ରେଡିଟ୍ ସୂଚନା ରିପୋର୍ଟ ୩ ଅଙ୍କ ବିଶିଷ୍ଟ ସଂଖ୍ୟାତ୍ମକ ସାରାଂଶ ଅଟେ, ଯାହା ପୂର୍ବ କ୍ରେଡିଟ୍ ବ୍ୟବହାର ଏବଂ ପୁର୍ନପେମେଣ୍ଟ ଇତିହାସ ଉପରେ ଆଧାରିତ ହୋଇଥାଏ। ଏହାର ରେଞ୍ଜ ୩୦୦ ରୁ ୯୦୦ ପର୍ଯ୍ୟନ୍ତ ହୋଇଥାଏ। ଏହି ସ୍କୋର ଯେତିକି ଅଧିକ ହୋଇଥିବ ସେତେ ଭଲ ଋଣ ମିଳିବାର ସମ୍ଭାବନା ରହିଥାଏ। ଅଧିକାଂଶ ବ୍ୟାଙ୍କ ଋଣର ମଞ୍ଜୁରୀ ଦେବା ପୂର୍ବରୁ ଉପଭୋକ୍ତାଙ୍କର ସିଭିଲ ସ୍କୋର ଏବଂ ରିପୋର୍ଟକୁ ଯାଞ୍ଚ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.