Below header

ବ୍ରେକଫାଷ୍ଟ ଓ ଇଭିନିଙ୍ଗ ସ୍ନାକ୍ସ ଭାବେ ଘରେ ବନାନ୍ତୁ ଟେଷ୍ଟି ପୋହା

ସାଧାରଣତଃ ପ୍ରତିଦିନ ନୂଆ ନୂଆ ରେସିପି ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆଇବା ବହୁତ କଷ୍ଟ ଏବଂ ଗୋଟିଏ ଖାଇବା ପ୍ରତିଦିନ ଖାଇଲେ ମଧ୍ୟ ବୋର ଲାଗେ । ତାହେଲେ ଏଥିପାଇଁ ଆମକୁ କଣ କରିବା ଆବଶ୍ୟକ ? କଣ ଏହି ସମସ୍ୟାର କିଛି ସମାଧାନ ରହିଛି କି ? ଆଜ୍ଞା ହଁ ଏହି ସମସ୍ୟାର ସମାଧାନ ରହିଛି ଆମ ପାଖରେ । ଏହାର ଉତ୍ତର ହେଲା ଖାଦ୍ୟକୁ ଭିନ୍ନ ଭିନ୍ନ ଭାବରେ ରୋଷେଇ କରିବା । ଅଲଗା ଅଲଗା ଫ୍ଲେଭର ଦେଇ କିମ୍ବା ନୂଆ ପ୍ରଣାଳୀରେ, ତାହେଲେ ସିନା ଆସିବ ଖାଇବାର ମଜା । ତାହେଲେ ଆସନ୍ତୁ ଆଜି ଆମେ ଏକ ନୂଆ ଭାବରେ ପ୍ରସ୍ତୁତ କରିବା ପୋହା ।

ଆବଶ୍ୟକୀୟ ସାମଗ୍ରୀ

୧ କପ ଚୁଡା, ୧ ଚାମଚ ତେଲ, କିଛି ସୋରିଷ, ଅଧା କପ ପିଆଜ, ୮ରୁ ୧୦ଟି ଭୃସଙ୍ଗ ପତ୍ର, ୨/୩ଟି ଶୁଖିଲା ଲଙ୍କା, ଅଧା କପ ଆଳୁ, ହଳଦୀ ଗୁଣ୍ଡ, ୧/୨ଟି କଟା କଞ୍ଚାଲଙ୍କା, ଅଧା ଚାମଚ ଲେମ୍ବୁରସ, ଧନିଆପତ୍ର , ଟିକିଏ ହେଙ୍ଗୁ ଓ ସ୍ୱାଦ ଅନୁସାରେ ଲୁଣ ।

ଏହାସହ ପଢନ୍ତୁ ସ୍ୱାସ୍ଥ୍ୟପାଇଁ ଏତେମାତ୍ରାରେ ଲାଭଦାୟକ ହୋଇଥାଏ ଚଟଣୀ, ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

Image result for testy poha

ପ୍ରସ୍ତୁତି ପ୍ରଣାଳୀ

ପୋହା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚୂଡ଼ାକୁ ଭଲଭାବେ ଧୋଇଦିଅନ୍ତୁ । ଧ୍ୟାନରଖନ୍ତୁ ଯେପରି ଚୁଡା ଅଧିକ ସମୟ ପାଣିରେ ନଭିଜେ । କାରଣ ଏହାଦ୍ୱାରା ଚୁଡା ମିଳାଇଯାଇଥାଏ ଏବଂ ତାର ଟେଷ୍ଟ ମଧ୍ୟ ଖରାପ ହୋଇଯାଇଥାଏ । ଏବେ ଗୋଟିଏ ପ୍ୟାନରେ କିଛି ତେଲ ଗରମ କରି ସେଥିରେ ସୋରିଷ, ହେଙ୍ଗୁ, ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ର ପକାନ୍ତୁ । ଏହାପରେ ସେଥିରେ ପିଆଜ ପକାଇ ଟିକେ ଭାଜନ୍ତୁ । ପିଆଜ ଟିକିଏ ଭାଜି ହୋଇଗଲା ପରେ ଆଳୁ ଓ ହଳଦୀ ପକାଇ ଭାଜନ୍ତୁ । ଆଳୁ ଭାଜି ହୋଇଗଲା ପରେ ସେଥିରେ ଚୁଡା ଓ ଲୁଣ ପକାଇ ଭଲଭାବେ ଭାଜନ୍ତୁ । ଶେଷରେ ଏଥିରେ କଞ୍ଚାଲଙ୍କା, ଲେମ୍ବୁରାସ ଓ ଧନୀଆପତ୍ର ପକାଇ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ପୋହା । ବର୍ତ୍ତମାନ ଏହାକୁ ଏକ ପାତ୍ରରେ କାଢି ବଳକା ଧନିଆପତ୍ର ଓ ଲେମ୍ବୁରେ ଗାର୍ନିସିଂ କରି ସର୍ଭ କରନ୍ତୁ ପୋହା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.