୨୦୨୦ ଜାନୁଆରିରେ ଭୁବନେଶ୍ୱରରେ ହେବ ପ୍ରଥମ ବୃହତ ଆଇଟି କନ୍ଭେନ୍ସନ, କିଟ ବିଶ୍ୱବିଦ୍ୟାଳୟ ପରିସରରେ ହେବ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍): ୨୦୨୦ ଜାନୁଆରିରେ ଭୁବନେଶ୍ୱରରେ ହେବ ପ୍ରଥମ ବୃହତ ଆଇଟି କନ୍ଭେନ୍ସନ। କଂପ୍ୟୁଟର ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଥିବା ୫୩ତମ ସିଏସଆଇ କନ୍ଭେନ୍ସନ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଡିଜିଟାଲ ଡେମୋକ୍ରେସି- ଆଇଟି ଫର ଚେଞ୍ଚ ଶୀର୍ଷକରେ ହେବାକୁ ଥିବା କନଭେନ୍ସନ ଜାନୁଆରି ୧୮ରୁ ୨୦ ତାରିଖ ଯାଏ ଅନୁଷ୍ଠିତ ହେବ। ରାଜ୍ୟ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ସିଏସ୍ଆଇ ପ୍ରଫେସର ଏକେ ନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏସଆଇ ୨୦୨୦ କନଭେନ୍ସନ ମେଣ୍ଟର ପ୍ରଫେସର ସସ୍ମିତା ସାମନ୍ତ