Below header

Whatsapp ଆଣିଲା ନୂଆ ଷ୍ଟିକର ପ୍ଯାକ୍, ଜାଣନ୍ତୁ କେମିତି କରିବେ ବ୍ଯବହାର

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ନୂଆ ଷ୍ଟିକର ପ୍ଯାକ୍ ଆଡ୍ କରିଛି। ୱେବସାଇଟ୍ WABetainfo ମୁତାବକ, ହ୍ବାଟସଆପ୍ ବିଟା ୨.୨୦.୨୦୭.୧୮ ଆଣ୍ଡ୍ରଏଡ ପାଇଁ lovely Sugar Cubs ପ୍ଯାକ୍ ଆଡ୍ କରିଛି, ଯାହା ଫଳରେ ୟୁଜର୍ସଙ୍କୁ ଭିନ୍ନ କ୍ଯୁଟ୍ ଷ୍ଟିକର ପଠାଇବାର ଅପସନ ମିଳିବ।

ଏମିତି ବ୍ଯବହାର କରନ୍ତୁ ଷ୍ଟିକର:

ହ୍ବାଟସଆପ୍ ର ନୂଆ ଷ୍ଟିକର ବ୍ଯବହାର କରିବା ପାଇଁ ପ୍ରଥମେ ଆପ୍ ର ଚାଟ୍କୁ ଯାଇ ଇମୋଜି ଆଇକନରେ ଟ୍ଯାପ୍ କରନ୍ତୁ। ଏହା ପରେ Emoji, GIF, Sticker ଅପସନ ଦେଖିବାକୁ ମିଳିବ। ଏହାକୁ ବ୍ଯବହାର କରିବା ପାଇଁ ଷ୍ଟିକରକୁ ଯାଇ ଡାହାଣ ପଟରେ ଥିବା + ସାଇନ ଉପରେ ଟ୍ଯପ୍ କରନ୍ତୁ। ତା’ ପରେ ଏଥିରେ ନୂଆ ଷ୍ଟିକର୍ସ ପ୍ଯାକ୍ ନଜର ଆସିବ।

whatsapp chat

ଏହାପରେ ହ୍ବାଟସଆପ୍  choco Bunny & coco ଷ୍ଟିକର ପ୍ଯାକ୍ ମଧ୍ୟ ଆଣିଛି। ଏହାଛଡା ନିକଟରେ ହ୍ବାଟସଆପ୍ ରେ personalised wallpaper ଫିଚର ମାର୍କେଟକୁ ଆଣିଥିଲା। ହ୍ବାଟସଆପ୍ ରେ ନୂଆ ଅପଡେଟ iOS ୟୁଜର୍ସଙ୍କ ପାଇଁ ଆସିଛି। ଏବେ ହ୍ବାଟସଆପ୍ ୟୁଜର୍ସ ଅଲଗା ଅଲଗା ଚାଟ୍ ୱିଣ୍ଡୋଜ ପାଇଁ ଅଲଗା ଅଲଗା ବ୍ଯାକଗ୍ରାଉଣ୍ଡ ୟୁଜ କରିପାରିବେ। ନିକଟରେ ହ୍ବାଟସଆପ୍ ରେ ମିଳୁଥିବା ୱାଲପେପର ଅପସନରୁ କେବଳ ଗୋଟେ ୱାଲପେପର ସେଟ କରିପାରୁଥିଲେ। ଏହି ୱାଲପେପର ସମସ୍ତ ଚାଟ୍ ୱିଣ୍ଡୋଜର ବ୍ଯାକଗ୍ରାଉଣ୍ଡରେ ନଜର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.