Below header

ରାଜସ୍ଥାନ: ଚିତ୍ତୋରଗଡ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜିପ୍‌ ଓ ଟ୍ରକ ଧକ୍କାରେ ଚାଲିଗଲା ୭ ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ରାଜସ୍ଥାନ ଚିତ୍ତୋରଗଡ ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜିପ୍‌ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି । ଆଉ ୯ ଜଣ ଆହତ ହୋଇଛନ୍ତି । ଉଦୟପୁର-ନିମ୍ବାହେରା ରାଜପଥରେ ସାଦୁଲଖେରା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି।

ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା  ଚିତ୍ରକୋଣ୍ଡା ଜିଲ୍ଲାର ଜିଲ୍ଲାପାଳ କିଶୋର କୁମାର ଶର୍ମା ସୂଚନା ଦେଇଛନ୍ତି। ଚିତ୍ତରଗଡ ପୋଲିସ ଅଧୀକ୍ଷକ ଦୀପକ ଭରଭ କହିଛନ୍ତି ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ।

ଏହି ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିବା ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ବୋଲି ଏସପି କହିଛନ୍ତି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.