ଗୋଟିଏ କେନ୍ଦ୍ରରେ ଦିନକରେ ଅତି ବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା, ଭ୍ଯାକସିନ୍‌ ଆସିବା ପୂର୍ବରୁ କେନ୍ଦ୍ର ସରକାର ଜାରି କଲେ ଏସଓପି

ନୂଆଦିଲ୍ଲୀ : ଗୋଟିଏ କେନ୍ଦ୍ରରେ ଦିନକରେ ଅତି ବେଶୀରେ ଶହେ ଜଣଙ୍କୁ ଟିକା ଦିଆଯିବ । ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ ଜଣିଆ ଟିମ୍‌ । ୬ରୁ ୮ ମାସ ମଧ୍ୟରେ ୩୦ କୋଟି ଲୋକଙ୍କ ପାଖରେ ପହଁଚିବ ୬୦ କୋଟି ଡୋଜ । କରୋନା ଟିକା ଆସିବା ପୂର୍ବରୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଜାରି କଲେ ଏସଓପି ।

ଟିକାକରଣକୁ ସହଜ ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକରେ ୧୦୦ ଜଣଙ୍କୁ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏସଓପି ଅନୁଯାୟୀ ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ । ୫ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଧିକାରୀଙ୍କୁ ଅନ୍ୟ ୪ ଜଣ ସଦସ୍ୟ ସାହାଯ୍ୟ କରିବେ । ମୁଖ୍ୟ ବ୍ୟକ୍ତି ଜଣେ ଡାକ୍ତର, ନର୍ସ ବା ଫାର୍ମାସିଷ୍ଟ ରହିବେ । ଦ୍ୱିତୀୟ ଅଧିକାରୀ ସୂରକ୍ଷା ଦାୟିତ୍ୱରେ ରହିବେ । ଟିକା ନେଇଥିବା ବ୍ୟକ୍ତି ଅଧଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କକ୍ଷରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.