Below header

ଗାଈକୁ ଗୋଇଠା ମାରୁଥିଲା ଯୁବକ, ତା’ ପରେ ଗାଈ ଏମିତି କଚାଡ଼ି ମାରିଲା ଯେ ଅବସ୍ଥା ଖରାପ କରିଦେଲା, ଦେଖନ୍ତୁ ଭିଡିଓ

ନିଜ କର୍ମର ଫଳ କେବେ ନା କେବେ ନିଶ୍ଚିତ ମିଳିବ। ଏକଥା ଆମେ ସମସ୍ତେ ଜାଣିଛେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଉଛି, ଯାହାକୁ ଦେଖି ଆପଣ ଏହି କଥାର ମର୍ମ ବୁଝିପାରିବେ। ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଗୋଟିଏ ଗାଈକୁ ନିର୍ଦ୍ଦୟ ଭାବେ ପିଟିବାରେ ଲାଗିଛନ୍ତି । ଗାଈଟି କିଛି ସମୟ ଯନ୍ତ୍ରଣାରେ ଛଟପଟ ହୋଇଥିଲା। ନିଜର ଦୁଃଖ ପ୍ରକାଶ କରିପାରୁନଥିବା ଗାଈ ତା’ର ରୌଦ୍ର ରୂପ ଦେଖାଇଲା, ତା’ ପରେ ସବୁ ଖେଳ ସରିଗଲା। ଗାଈଟି ଗୋଇଠା ମାରୁଥିବା ବ୍ଯକ୍ତିକୁ ଏପରି କଚାଡ଼ି କଚାଡ଼ି ମାରିଲା ଯେ, ତାଙ୍କ ଅବସ୍ଥା ଖରାପ କରିଦେଲା।

ଏହି ଭିଡିଓଟି ସେୟାର କରିଥିବା ବ୍ୟକ୍ତି ହେଉଛନ୍ତି ପ୍ରବୀନ୍ ଆଙ୍ଗୁସାମି ଏବଂ ପେସାରେ ସେ ଜଣେ ଆଇଏଫଏସ ଅଧିକାରୀ । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି କିପରି ଗାଈକୁ ହଇରାଣ କରୁଛି । କେବଳ ଏତିକି ନୁହେଁ, ଯେଉଁ ଗାଈକୁ ଦେବୀ ପରି ପୂଜା କରାଯାଏ ତାକୁ ପିଟୁଛନ୍ତି । ତା’ପରେ ସେ ଅତି ନିର୍ମମ ଭାବେ ତା ଲାଞ୍ଜକୁ ମୋଡି ଦେଉଛନ୍ତି । ତା’ପରେ ଗାଈ ଆଉ ଚୁପ୍ ରହିନଥିଲା। ସେ ତା’ର ଉଗ୍ର ରୂପ ଦେଖାଇଥିଲା। ଗାଈ କ୍ରୋଧିତ ହୋଇ ଯୁବକଙ୍କୁ କଚାଡ଼ି ଦେଇଥିଲା ।

ସୂଚନାଯୋଗ୍ଯ ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଭିଡିଓ ସେୟାର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେମାନେ ନିନ୍ଦା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭିଡିଓ କେଉଁଠୁ ଆସିଛି, କେଉଁ ଦିନର ସେ ସମ୍ପର୍କରେ ସୂଚନା ମିଳିନାହିଁ । କିନ୍ତୁ ଲୋକମାନେ କହୁଛନ୍ତି ଯେ ଏଭଳି ଲୋକ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.