Below header

ହ୍ୱାଟ୍ସଆପ୍‌ ଆଣୁଛି ନୂଆ ଫିଚର : ଚାଟିଂ ସମୟରେ ସ୍କ୍ରିନସଟ୍ ନେଲେ ଆସିବ ନୋଟିଫିକେସନ

ଆଜିର ଡିଜିଟାଲ ଯୁଗରେ ପ୍ରାଇଭେସିକୁ ନେଇ ଏକ ବଡ଼ ପ୍ରଶ୍ନ ଉଠୁଛି। ଗତ କିଛି ବର୍ଷ ମଧ୍ୟରେ, ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୟୁଜର ମାନଙ୍କର ପର୍ଶନାଲ ଡାଟା ଲିକ୍ କରାଯାଇ ତାହାର ଅପବ୍ୟବହାର କରାଯାଇଛି। ଏହାକୁ ଧ୍ୟାନରେ ରଖି ହ୍ୱାଟ୍ସଆପ୍‌ ସମୟ ସମୟରେ ନୂତନ ଫିଚର ଆଣିଥାଏ । ଯାହା ଦ୍ୱାରା ୟୁଜର ମାନଙ୍କର ପର୍ଶନାଲ ଡାଟା ସୁରକ୍ଷିତ ହୋଇପାରିବ।

କିଛି ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍‌ ପ୍ରାଇଭେସି ସହ ଜଡିତ ଏକ ବିଶେଷ ଫିଚର ଉପରେ କାମ କରୁଛି। ଏହି ବିଶେଷ ଫିଚର ଅଧୀନରେ, ଯଦି ଦୁଇଜଣ ୟୁଜର ପରସ୍ପର ସହ ମେସେଜରେ କଥାବାର୍ତ୍ତା ହେଉଛନ୍ତି ଏବଂ ଯଦି ଜଣେ ଅନ୍ୟ ଜଣଙ୍କର ଚାଟ୍ ର ସ୍କ୍ରିନ୍ ସଟ୍ ନିଅନ୍ତି ତେବେ ହ୍ୱାଟ୍ସଆପ୍‌ ତୁରନ୍ତ ସେହି ୟୁଜର୍ସଙ୍କୁ ଏକ ନୋଟିଫିକେସନ ପଠାଇବ। ଏହିପରି, ସାମ୍ନାରେ ଥିବା ବ୍ୟକ୍ତି ଏହା ବିଷୟରେ ଜାଣିପାରିବେ। ଭବିଷ୍ୟତରେ ଯଦି ଏହି ଫିଚର୍ସ ରିଲିଜ୍ ହୁଏ, ତେବେ ବିଶ୍ୱର କୋଟି କୋଟି ଲୋକ ଏଥିରୁ ବହୁତ ଲାଭବାନ ହେବାକୁ ଯାଉଛନ୍ତି। ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା –

whatsapp

ମିଡିଆ ରିପୋର୍ଟ ଅନୁଯାୟୀ ହ୍ୱାଟ୍ସଆପ୍‌ ଏହି ଫିଚର ଉପରେ କାମ ଆରମ୍ଭ କରିସାରିଛି। ଏହି ଫିଚର ଆଣିବାର ଉଦ୍ଦେଶ୍ୟ ହେଉଛି ୟୁଜର୍ସମାନଙ୍କର ପ୍ରାଇଭେସିକୁ ରକ୍ଷା କରିବା । ଏହି ଫିଚର ଅଧୀନରେ, ଚାଟ୍ ର ସ୍କ୍ରିନସଟ୍ ନେବା ମାତ୍ରେ ହ୍ୱାଟ୍ସଆପ୍‌ ତୁରନ୍ତ ଏହି ସୂଚନା ସେହି ବ୍ୟକ୍ତିଙ୍କୁ ଜଣାଇ ଦେବ। ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ହ୍ୱାଟ୍ସଆପରେ ଆପଣ ମେସେଜ ପଠାଉଛନ୍ତି ତାହା ସେ ପଢିବା ମାତ୍ରେ ଡବଲ ବ୍ଲୁଏ ଟିକ୍ ହୋଇଯାଏ। କିନ୍ତୁ ଏହି ନୂଆ ଫିଚର ଆସିବା ପରେ ଯେତେବେଳେ ଜଣେ ବ୍ୟକ୍ତି ଆପଣଙ୍କ ମେସେଜର ସ୍କ୍ରିନ୍ ସଟ୍ ନେବେ ସେହି ପରି ମେସେଜ ତଳେ ତିନୋଟି ବ୍ଲୁଏ ଟିକ୍ ଶୋ କରିବ। ଏହା ଦ୍ୱାରା ଆପଣ ବି ଅବଗତ ହୋଇପାରିବେ।

ଯଦିଓ ଏହି ଫିଚର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ, କିନ୍ତୁ ଏହା ଉପରେ କାର୍ଯ୍ୟ ଚାଲିଛି ।ଏହି ପରୀକ୍ଷା ସଫଳ ହେବା ପରେ, ଏହା ଏକ ନୂଆ ଫିଚର ଭାବରେ ପ୍ରକାଶ ପାଇବ। କହିବାକୁ ଗଲେ କମ୍ପାନୀ ଏ ବିଷୟରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ କରିନାହିଁ। ଏହି ଫିଚର ଆସିବା ମାତ୍ରେ ୟୁଜର୍ସ ନିଜର ମେସେଜ ଉପରେ ଅଧିକ ପ୍ରାଇଭେସି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.