Below header

Whatsapp ରେ ଆସିଲା ତିନିଟି ନୂଆ ଫିଚର୍ସ, ପ୍ରଥମଥର ପାଇଁ କରିପାରିବେ ଏହିସବୁ କାମ

ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟସଆପ୍‌ ଲଗାତାର ନୂଆ ନୂଆ ଫିଚର୍ସ ଆଣୁଛି। ଏବେ କମ୍ପାନୀ ପକ୍ଷରୁ ତିନିଟି ନୂଆ ଫିଚର୍ସ ଯୋଡିଦିଆଯାଇଛି। ଏହି ଫିଚର୍ସ ପାଇଁ ଆପଣଙ୍କ ଚାଟିଂ ଅନ୍ଦାଜ ବିଲକୁଲ୍‌ ପରିବର୍ତ୍ତନ ହୋଇଯିବ। ତେବେ ଜାଣିନିଅନ୍ତି କ’ଣ ରହିଛି ଏହି ନୂଆ ଫିଚର୍ସ…

group

ଗ୍ରୁପ୍‌ ଇନଭାଇଟ ଫିଚର :

ଆପଣଙ୍କୁ ଅନେକ ସାଙ୍ଗସାଥି ବିଭିନ୍ନ ପ୍ରକାର ଗ୍ରୁପରେ ବିନା ଅନୁମତିରେ ଆଡ୍‌ କରିଥିବେ । ଆପଣଙ୍କ ଇଚ୍ଛା ନଥିବା  ସତ୍ତ୍ୱେ ଏହି ଗ୍ରୁପ ମେସେଜ ଆପଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବ। କିନ୍ତୁ ଏବେ ନୂଆ ଫିଚର୍ସ ଆସିବା ପରେ ଆପଣଙ୍କ ବିନା ଅନୁମତିରେ ଆଉ କେହି ବି କୌଣସି ହ୍ଵାଟସଆପ୍‌ ଗ୍ରୁପରେ ଆଡ୍‌ କରିପାରିବେ ନାହିଁ। ଆପଣ କେଉଁ ଗ୍ରୁପ୍‌ରେ ରହିବେ, ଏହା ବିଷୟରେ ଆପଣ ହିଁ ନିଷ୍ପତ୍ତି ନେବେ।

ଏଥିପାଇଁ ଆପଣ ହ୍ଵାଟସଆପ୍‌ର settings କୁ ଯାଆନ୍ତୁ, ତା’ ପରେ account କୁ ଯାଇ privacy କୁ ଯାଇ ଗ୍ରୁପକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ who can add me to group ବିକଳ୍ପ ଦେଖିବାକୁ ମିଳିବ। ଏଠାରେ ଆପଣ everyone,my contact , my contacts except ରୁ ଗୋଟେକୁ ଚୟନ କରିବାକୁ ପଡିବ।

remind

Whatsapp reminder ଫିଚର:

ଏଥିରେ ଆପଣ ନିଜର ଜରୁରୀ କାର୍ଯ୍ୟକୁ ରିମାଇଡରରେ ସେଟ୍‌ କରିପାରିବେ। ଏହି ଫିଚର୍ସ ଜରିଆରେ ଟାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ। ଏଥିପାଇଁ ୟୁଜର୍ସକୁ any.do ଡାଉନଲୋଡ କରିବାକୁ ହେବ। ଏହି ଆପ୍‌କୁ ହ୍ଵାଟସଆପ୍‌ ଆକାଉଣ୍ଟରେ ଲିଙ୍କ କରିବା ପରେ ଆପଣ ନିଜ କାମର ରିମାଇଣ୍ଡର ସେଟ୍‌ କରି ତାର ସମୟ ନିର୍ଦ୍ଧାରିତ କରିପାରିବେ। କିନ୍ତୁ ଏହି ଫିଚର ଫ୍ରିରେ ଉପଲବ୍ଧ କରିହେବ ନାହିଁ। ଏଥିପାଇଁ ଆପଣଙ୍କୁ any.do ର ପ୍ରିମିୟମ ସବ୍‌ସ୍କ୍ରିପସନ୍‌ କରିବାକୁ ହେବ।

call

Whatsapp call waiting ଫିଚର :

ଏହି ଫିଚର ଆସିବା ପରେ ୟୁଜରଙ୍କର ଏବେ କୌଣସି କଲ ମିସ୍‌ ହେବ ନାହିଁ। ଏବେ ହ୍ଵାଟସଆପ୍‌ କଲ ଜରିଆରେ ୟୁଜର୍ସଙ୍କୁ କଲ୍‌ େଓ୍ଵଟିଂ ନୋଟିଫିକେସ ମିଳିବ। ଯଦି ଆପଣ କାହା ସହିତ ଫୋନରେ କଥା ହେଉଛନ୍ତି ଏବଂ ସେହିସମୟରେ ଆପଣଙ୍କୁ ହ୍ଵାଟସଆପ୍‌ କଲ ଆସୁଛି, ତେବେ ଆପଣଙ୍କ ସ୍କ୍ରିନରେ ତାହାକୁ ରିସିଭ କିମ୍ବା କଟ୍‌ କରିବାର ଅପସନ ମଧ୍ୟ ନଜର ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.