Below header

କନ୍ଦାଉଛି ତୁଷାରପାତ, ବରଫରେ ଗୋଡ ଖସି ୧୨ ରୁ ଅଧିକ ଲୋକ ଆହତ

ସିମଲା ଶହରରେ ବରଫବର୍ଷା ବା ତୁଷାରପାତ ଏବେ ସ୍ୟାଲେନିଆଁ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ଆଇଜିଏମସି ଏବଂ ଡିଡିୟୁରେ ପ୍ରାୟ ଏକ ଡଜନରୁ ଅଧିକ ଲୋକ ଖସିପଡିବା ପରେ ଚିକିତ୍ସିତ ହେଉଛନ୍ତି। ମଶୋବରାର ତାରାପୁର ପାଖରେ ବରଫରେ ଫସି ଗାଡି ଗୁଡିକ ରାସ୍ତା ଠାରୁ ଅଲଗା ହୋଇଯାଇଛି।

slipଘଟଣାସ୍ଥଳରେ ପୋଲିସ ପହଁଚି ପାଞ୍ଚ ଜଣ ନେପାଳୀଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଇଛନ୍ତି। ବରଷ ପାତ କାରଣରୁ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। କାହାର ଗୋଡ ଭାଙ୍ଗି ଯାଇଛି ତ ଆଉ କାହାର କାନ୍ଧ।

snowଲୋକମାନେ ଘରୁ ବାହାରକୁ ବାହାରିଲେ ଫୁଟପାଥ ରେଲିଂକୁ ଧରି ଯାଉଛନ୍ତି। ସେହିପରି ତୁଷାରପାତ ହେବ କାରଣରୁ ସହରର ଅନେକ ଅଞ୍ଚଳରେ ଥିବା ଷ୍ଟ୍ରୀଟ ଲାଇଟ୍‌ ଖରାପ ହୋଇପଡିଛି। ଏଥିପାଇଁ ରାତିରେ ଯାତାୟତ ସମୟରେ ବରଫ ଖସି ଲୋକମାନେ ଅଧିକ ଆହତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.