ଓଡ଼ିଶାରେ ଲୁଚିଥାଇପାରେ ଦୁଷ୍କର୍ମକାରୀ ଶିକ୍ଷକ ନିଧି ଖକ୍କର, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଅବଗତ କଲା ସିବିଆଇ

ଭୁବନେଶ୍ବର: ଓଡ଼ିଶାରେ ଲୁଚିଥାଇପାରେ ଦୁଷ୍କର୍ମକାରୀ ଶିକ୍ଷକ ନିଧି ଖକ୍କର। ଏକାଧିକ ରାଜ୍ୟରେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଶିକ୍ଷକ ଜଣକ ଓଡ଼ିଶାରେ ଲୁଚିଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ ସିବିଆଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଅବଗତ କରିଛି। ଯଦି VF ଟିଉସନ କିମ୍ବା ଚାକିରୀ କରିଥିବା ଜଣାପଡ଼ିଲେ, ସିବିଆଇକୁ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି। ଯିଏ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପରିଚୟ ଗୋପନ ରଖାଯିବ ବୋଲି ସିବିଆଇ ମୁମ୍ବାଇର ସ୍ୱତନ୍ତ୍ର ଅପରାଧ ଶାଖା ଘୋଷଣା କରିଛି। ଅଭିଯୁକ୍ତ ଶିକ୍ଷକ ଗୁଜରାଟର ଧବଳ ତ୍ରିବେଦୀ। ସେ ମୁଖ୍ୟତଃ ଇଂରାଜୀରେ ଶିକ୍ଷାଦାନ କରୁଥିବା ବେଳେ ଗ୍ରାମାଞ୍ଚଳର କୌଣସି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥାଇପାରନ୍ତି ବୋଲି ଆଶଙ୍କା କରାଯାଇଛି। ସେ ଜଣେ ଅପରାଧୀ ଓ ଅନେକ ଅପହରଣରେ ସଂପକ୍ତି ରହିଛି। ୨୦୧୮ ଅଗଷ୍ଟ ୧୧ତାରିଖରୁ ସେ ଗୁଜରାଟ ସୁରେନ୍ଦ୍ରନଗର ଜିଲ୍ଲାର ଚୋଟିଲା ଗାଁର ନିଧି ଖକ୍କରଙ୍କୁ ଅପହରଣ କରି ଫେରାର ରହିଛି। ପୂର୍ବରୁ ମଧ୍ୟ ସେ ଅନେକ ଅପହରଣ ଓ ଦୁଷ୍କର୍ମରେ ସଂପୃକ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.