ସମ୍ବଲପୁରରେ ପୁଣି ଟୋକନ ତାତି: ସରକାରଙ୍କ ପକ୍ଷରୁ କରାଯାଇଥିବା ଧାନ କିଣା ବ୍ୟବସ୍ଥାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର: ସମ୍ବଲପୁରରେ ପୁଣି ଟୋକନ ତାତି। ସରକାରଙ୍କ ପକ୍ଷରୁ କରାଯାଇଥିବା ଧାନ କିଣା ବ୍ୟବସ୍ଥାକୁ ବିରୋଧ କରି ଜାତୀୟ ରାଜପଥକୁ ଓହ୍ଲାଇଲେ ଚାଷୀ। ଧାନ ବସ୍ତା ଗାଡି ଧରି NH-୫୩ ଅବରୋଧ କରି ବସିରହିଛନ୍ତି ଶହ ଶହ ଚାଷୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ଫଳରେ ସମ୍ବଲପୁର ବରଗଡ଼ ରାସ୍ତାରେ ଗାଡି ଚଲାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ଖରିଫ ଧାନ ସଂଗ୍ରହ ଆରମ୍ଭରେ ଅବ୍ୟବସ୍ଥା ଯୋଗୁଁ ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ସେତେବେଳେ ମନ୍ତ୍ରୀ ଓ ବିଧାୟକ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ପୁଣି ଥରେ ଜାତୀୟ ରାଜପଥ ଅବରୋଧ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.