Whatsapp web ମଧ୍ୟ ସୁରକ୍ଷିତ ନୁହେଁ, ଗୁଗଲ ସର୍ଚ୍ଚରେ ଦେଖାଯାଉଛି ୟୁଜର୍ସଙ୍କ ପର୍ସନାଲ ମୋବାଇଲ ନମ୍ବର

ଗତ କିଛିଦିନ ଧରି ହ୍ବାଟସଆପ୍ ନିଜର ପ୍ରାଇଭେସି ପଲିସିକୁ ନେଇ ବିବାଦର ରହିଛି। ଏବେ ଆଉ ଏକ ସୂଚନା ସାମନାକୁ ବସିଛି, ଏହା ମଧ୍ୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ୟୁଜର୍ସଙ୍କ ପାଇଁ ଭଲ ନୁହେଁ। କାରଣ ମାମଲା ହେଉଛି ହ୍ବାଟସଆପ୍ ଓ୍ବେବ୍ (web.whatsapp) ଜରିଆରେ ଲୋକଙ୍କ କଣ୍ଟାକ୍ଟ ଡିଟେଲସ୍ ଗୁଗୁଲ ସର୍ଚ୍ଚରେ ଆସିଯାଉଛି। ଏ ସୂଚନା ଜଣେ ସିକ୍ୟୁରିଟି ରିସର୍ଚ୍ଚରଙ୍କ ନିକଟରୁ ଜଣାପଡିଛି।

ସିକ୍ୟୁରିଟି ରିସର୍ଚ୍ଚର ରାଜଶେଖର ରାଜହରିୟା ହ୍ବାଟସଆପର ଦାୟିତ୍ବହୀନକୁ ଲୋକଲୋଚନକୁ ଆଣିଛନ୍ତି। ସେ ଟୁଇଟରରେ ଦୁଇଟି ସ୍କ୍ରିନସଟ୍ ସେୟାର କରିଛନ୍ତି। ଏଥିରେ ୟୁଜରଙ୍କ କଣ୍ଟାକ୍ଟ ନମ୍ବର ସିଧାସଳଖ ଭାବରେ ଦେଖିବାକୁ ମିଳିପାରିବ। ଏହା ସହିତ ରିସର୍ଚ୍ଚର ଜଣ ଲେଖିଛନ୍ତି କଣ୍ଟାକ୍ଟ ନମ୍ବର ସହିତ ମେସେଜ ମଧ୍ୟ ଗୁଗୁଲ ସର୍ଚ୍ଚରେ ଉପଲବ୍ଧ ହେଉଛି। ସେ ଏହା ମଧ୍ୟ ଲେଖିଛନ୍ତି ଯେ, କାହିଁକି ହ୍ବାଟସଆପ୍ ଏପର୍ଯ୍ୟନ୍ତ ନିଜର ଓ୍ବେବସାଇଟ ଓ ଗୁଗଲକୁ ମନିଟର କରିନାହିଁ। ଏହା ତୃତୀୟ ଥର।

whatsapp

ରାଜଶେଖର କହିଛନ୍ତି, ୟୁଜରଙ୍କ କଣ୍ଟାକ୍ଟ ଡିଟେଲ୍ସ ହ୍ବାଟସଆପ୍ ଓ୍ବେବ୍ ଜରିଆରେ ଗୁଗଲରେ ଲିକ୍ ହେଉଛି। ଯେତେବେଳେ ୟୁଜର୍ସ ଲାପଟପ୍ କିମ୍ବା ଡେସ୍କଟପରେ ନିଜର ହ୍ବାଟସଆପ୍ ଆକାଉଣ୍ଟ କ୍ୟୁଆର କୋଡ୍ ଜରିଆରେ ବ୍ୟବହାର କରୁଥିଲେ, ସେତେବେଳେ ଗୁଗଲ ଏହାର ଇଣ୍ଡେକ୍ସିଂ କରୁଥାଏ। ସବୁଠାରୁ ବଡ କଥା ହେଲା, ଏହି ସବୁ ବ୍ୟକ୍ତିଗତ ମୋବାଇଲ ନମ୍ବର ଅଟେ। ତାଙ୍କର କହିବା ଅନୁସାରେ, ଏଥିରେ ହ୍ବାଟସଆପକୁ ସିଧା ସଳଖ ଭାବରେ ଦୋଷୀ ମାନିହେବନି। ଗୁଗଲର ଭୁଲ ଦେଖିବାକୁ ମିଳୁଛି। ଯେଉଁ ପର୍ଯ୍ୟନ୍ତ ପରମିସନ୍ ମିଳିନି, ସେ ପର୍ଯ୍ୟନ୍ତ ଗୁଗଲକୁ ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଦେବା ଉଚିତ୍ ନୁହେଁ।

ସୂଚନାଯୋଗ୍ଯ, ଏହା ପୂର୍ବରୁ କମ୍ପାନୀ ସାରା ବିଶ୍ବରେ ନିଜର ନୂଆ ପ୍ରାଇଭେସି ପଲିସିକୁ ନେଇ ଚର୍ଚ୍ଚା ହେବା ପରେ ପଛଘୁଞ୍ଚା ଦେଇଛି। ନିଜର ନୂଆ ପଲିସିକୁ ୩ ମାସ ପାଇଁ ଘୁଞ୍ଚାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.