ଚିଲିକାରେ ଆଜିଠୁ ପୁଣି ଡଲଫିନ୍‌ ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୧୮ଟି ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ଚିଲିକାରେ ଆଜିଠୁ ଡଲଫିନ୍‌ ଗଣନା ଆରମ୍ଭ । ଡଲଫିନ ଗଣିବା ପାଇଁ ମୋଟ ୧୮ଟ ଟିମ୍‌ ନିୟୋଜିତ ହୋଇଛନ୍ତି । ସାତପଡା ଚିଲିକାରେ ୮ଟି ଟିମ୍‌ ଓ ବାଲୁଗାଁ, ଟାଙ୍ଗୀ, ରମ୍ଭା, ରେଞ୍ଜରେ ୧୦ଟି ଟିମ୍‌ ଗଣନା ପ୍ରକିୟା ଜାରି ରଖିଛନ୍ତି । ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।

ଗତବର୍ଷ ଚିଲିକାରେ ୧୫୦ରୁ ଉର୍ଦ୍ଧ୍ୱ ଇରାଓ୍ଵାଡି ଡଲଫିନ୍‌ ଦେଖିବାକୁ ମିଳିଥିଲେ । ଦିନ ୧୨ଟା ଯାଏ ଗଣନା କାର୍ଯ୍ୟ ଚାଲିବ । ଅନ୍ୟପଟେ ଅସ୍ତରଙ୍ଗ ବନାଞ୍ଚଳ ଦେବର ମୂହାଣ ଠାରୁ ଚନ୍ଦ୍ରଭାଗା ସାମୁଦ୍ରିକ ଅଞ୍ଚଳ ପର୍ଯ୍ୟନ୍ତ ଡଲଫିନ୍‌ ଗଣନା କରାଯାଉଛି । ଏକ ୪ଜଣିଆ ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.