ସାହସ ମାନିବାକୁ ପଡିବ, ପାଣିକୁ ଡେଇଁ ଆନାକୋଣ୍ଡା ଉପରେ ଜାଗୁଆର କଲା ଆକ୍ରମଣ, ଦେଖନ୍ତୁ ଭିଡିଓ

ପୁଣି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଆପଣଙ୍କ ମଧ୍ୟ ଭୟରେ ଥରିଯିବେ। ଏହି ଭିଡିଓ ପୁରୁଣା ହେଲେ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିଡିଓରେ ଆନାକୋଣ୍ଡା ଏବଂ ଜାଗୁଆର ଲଢୁଥିବା ଦେଖିବାକୁ ମିଳିଛି। @BiodiversidadeB ନାମକ ବ୍ୟକ୍ତି ଏହାକୁ ସେୟାର କରିଛନ୍ତି । ଏହାକୁ ୮୦ ହଜାର ଟ୍ୱିଟର ବ୍ୟବହାରକାରୀ ଦେଖି ସାରିଲେଣି ।

ଏହି ଭିଡିଓରେ କଳାବାଘ ବା ଜାଗୁଆର୍ ବିଶାଳକାୟ ଆନାକୋଣ୍ଡାକୁ ପାଣିରୁ ଟାଣି ନେଉଥିବା ଦେଖିବା ପାଇଁ ମିଳୁଛି । ଆନାକୋଣ୍ଡାଟି ଖସି ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହା ପୁଣି ଥରେ ତାକୁ ପାଣିରୁ ବାହାର କରିବା ପାଇଁ ଚେଷ୍ଟା କରୁଛି ।

ଏହା ପ୍ରାୟ ୧୫ ସେକେଣ୍ଡର କ୍ଲିପ୍ । ଏଥିରେ ଏକ ବିଶାଳକାୟ ଆନାକୋଣ୍ଡା ପାଣିରେ ଥିବେ ବେଳେ ଜାଗୁଆର୍ ତାକୁ ପାଣିରୁ ବାହାରକୁ ବାହାର କରିବା ପାଇଁ ଚେଷ୍ଟା କରୁଛି । ହେଲେ ଆନାକୋଣ୍ଡା ବି ନ ଛାଡେବନ୍ଧା । ସେ ବି ବଳ ପ୍ରୟୋଗ କରି ଜାଗୁଆର୍କୁ ଅକ୍ତିଆର୍କୁ ନେବା ପାଇଁ ଚେଷ୍ଟା କରୁଛି । ମାତ୍ର ଅଧାରୁ ଏହି ଭିଡିଓ ଶେଷ ହୋଇଯାଇଛି । ଏଥିରେ କିଏ ବିଜେତା ତାହା ଜଣା ପଡୁନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.