ରାଜସ୍ଥାନ: ରାସ୍ତାରେ ଯାଉଥିବା ବେଳେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍, ୬ ମୃତ ଓ ୧୭ ଗୁରୁତର

ରାଜସ୍ଥାନ : ରାଜସ୍ଥାନ ଜୋଲୋର ଜିଲ୍ଲା ମହେଶପୁର ନିକଟରେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ବସରେ ବିଦ୍ଯୁତ୍ ତାର ଲାଗି ନିଆଁରେ ପୋଡ଼ି ହୋଇ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାଟି ଗତକାଲି ରାତି ସାଢେ ୧୦ଟାରେ ଘଟିଛି।

ସୂଚନା ଅନୁଯାୟୀ, ରାଜସ୍ଥାନ ଜୋଲୋର ଜିଲ୍ଲା ମହେଶପୁର ନିକଟରେ ଏକ ଯାତ୍ରୀବାହୀ ବସ୍ କିଛି ଯାତ୍ରୀଙ୍କୁ ନେଇ ମଣ୍ଡୋଲିରୁ ବାହିରିଥିଲା । କିନ୍ତୁ ରାତି ହୋଇଥିବା ବସଟି ରାସ୍ତା ଭୁଲି ଯାଇଥିଲା । ଯାହାଫଳରେ କି ବସଟିଯେଉଁ ରାସ୍ତାରେ ଯିବା କଥା, ସେହି ରାସ୍ତାରେ ଯାଇନଥିଲା । ଅନ୍ୟ ଏକ ରାସ୍ତାରେ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଏବଂ ବସରେ ନିଆଁ ଲାଗିଯାଇଥିଲା ।

ନିଆଁ ବ୍ୟାପିଯିବାରୁ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ବସ୍ ଡ୍ରାଇଭର୍, ଜଣେ ବସ୍ କଣ୍ଡକ୍ଟର ଥିବା ବେଳେ ଅନ୍ୟ ୪ଜଣ ଯାତ୍ରୀ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.