Below header

ATM ଗ୍ରାହକଙ୍କ ପାଇଁ ଖୁସି ଖବର : ବିନା ଟଚରେ ଏବେ ଉଠାଇପାରିବେ ଟଙ୍କା, ଜାଣନ୍ତୁ ପୂରା ପ୍ରୋସେସ୍‌

କରୋନା ମହାମାରୀ ପରେ କିଛି ବ୍ୟାଙ୍କରେ କଣ୍ଟାକ୍ଟଲେସ୍‌ କ୍ୟାସ ଓ୍ଵିଥଡ୍ରଆଲ ସିଷ୍ଟମକୁ ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିଲାନାହିଁ। ଏବେ ମାଷ୍ଟରକାର୍ଡ ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟଲେସ୍‌ କ୍ୟାସ୍‌ ଓ୍ଵିଥଡ୍ରଆଲ ସିଷ୍ଟମ (Contactless Cash withdrawals)କୁ ଲାଗୁ କରିବା ପାଇଁ AGS Transact Technologies ସହିତ ଚୁକ୍ତିନାମା କରିଛି। ଏଟିଏମ୍‌ କାର୍ଡଧାରକ ଏବେ ବିନା ଏଟିଏମରେ ସ୍କ୍ରିନ ଏବଂ ବଟନକୁ ନଛୁଇଁ ଟଙ୍କା ଉଠାଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ ସ୍କ୍ରିନ ଉପରେ ଏକ କ୍ୟୁଆର କୋଡକୁ ସ୍କାନ କରିବାକୁ ହେବ।

AGS Transact Technologies, AGSTTL ନାମକ ଏହି କମ୍ପାନୀ ନୂଆ ସଫ୍ଟଓ୍ଵୟାର ତିଆରି କରିଛି, ଯାହା ସାହାଯ୍ୟରେ କୌଣସି ବି ବ୍ୟକ୍ତି ବିନା ଏଟିଏମ ମେସିନକୁ ଛୁଇଁ ଟଙ୍କା ଉଠାଇପାରିବେ। ମାଷ୍ଟରକାର୍ଡ ନେଟଓ୍ଵାର୍କର ଉପଯୋଗ କରୁଥିବା ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଏହାକୁ ଲାଗୁ କରିବାକୁ ଚାହୁଁଥିଲେ  AGS Transact Technologies ସହିତ ସମ୍ପର୍କ କରିପାରିବେ।

atm cashବିନା ଏଟିଏମକୁ ଟଚ୍‌ କରି କେମିତି ଉଠାଇବେ ଟଙ୍କା

  • ଏଥିପାଇଁ ସର୍ବପ୍ରଥମେ ସ୍ମାର୍ଟଫୋନରେ ବ୍ୟାଙ୍କର ମୋବାଇଲ୍‌ ଆପ୍ଲିକେସନକୁ ଇନଷ୍ଟଲ କରନ୍ତୁ ଏବଂ କ୍ୟୁଆର କ୍ୟାସ୍‌ ଓ୍ଵିଥଡ୍ରଆଲ (QR Cash Withdrawal) ଅପସନ୍‌ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଯେତେ ଟଙ୍କା ଉଠାଇବାକୁ ଥିବ ସେହି ଆମାଉଣ୍ଟକୁ ଫୋନରେ ପକାଇ ଦିଅନ୍ତୁ।
  • ଏହାପରେ ଏଟିଏମ ସ୍କ୍ରିନ୍‌ ଉପରେ ଦେଖାଯାଉଥିବା କ୍ୟୁଆର କୋଡକୁ ସ୍କାନ୍‌ କରନ୍ତୁ।
  • ଏବେ ପ୍ରୋସିଡ୍‌ ବଟନ ଉପରେ କ୍ଲିକ କରି କନଫର୍ମ କରନ୍ତୁ।
  • ଏବେ ନିଜର ୪ ଅଙ୍କ ବିଶିଷ୍ଟ ପିନ୍‌ ନମ୍ବରକୁ ଏଣ୍ଟର କରିବାକୁ ହେବ।
  • ଏହାପରେ ଆପଣଙ୍କୁ ଏଟିଏମରୁ କ୍ୟାସ୍‌ ମିଳିଯିବ।

ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆରମ୍ଭ ହୋଇସାରିଛି କଣ୍ଟାକ୍ଟ ଲେସ୍‌ ଓ୍ଵିଥଡ୍ରଆଲ୍‌

AGS Transact Technologies କମ୍ପାନୀ ସର୍ବପ୍ରଥମେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହିତ ଏହି ସୁବିଧାକୁ ଆରମ୍ଭ କରିଥିଲା। ଯାହା ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟ ଲେସ୍‌ କ୍ୟାସ ଓ୍ଵିଥଡ୍ରଆଲ ନଥିଲା। କିନ୍ତୁ ଏବେ ବିଓଆଇ ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟ ଲେସ୍‌ ଓ୍ଵିଥଡ୍ରଆଲକୁ ଆରମ୍ଭ କରିସାରିଛି।

ତେବେ ଏହି ସିଷ୍ଟମ ମହାମାରୀ ସମୟରେ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲା ତାହାନୁହେଁ ବରଂ ଏଟିଏମ୍‌ ଧୋକଦାରୀରୁ ବି ଏହା ରକ୍ଷା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.